ମସଲା ଚିଙ୍ଗୁଡି ରସା

ଆବଶ୍ୟକ ସାମଗ୍ରୀ:
ଚୋପା ଛଡ଼ା ହୋଇଥିବା ଚିଙ୍ଗୁଡ଼ି- ୨୦ରୁ ୨୫ଟି
ଲେମ୍ବୁ
ଲୁଣ- ୧ଚାମଚ
ଲଙ୍କା ଗୁଣ୍ଡ-୧ଚାମଚ
ଅଦା ରସୁଣ ପେଷ୍ଟ- ୧କପ୍‌
ଦହି- ୨କପ୍‌
କ୍ରିମ୍‌- ୨କପ୍‌
ପିଆଜ- ୨ଟି
ଟମାଟୋ- ୩ଟି
ହଳଦି- ୧ଚାମଚ
ଜିରା- ୧ଚାମଚ
ଗରମ ମସଲା- ୨ଚାମଚ
ତେଲ- ୧ଚାମଚ
ଘିଅ- ୧ଚାମଚ
ପ୍ରସ୍ତୁତି ପ୍ରଣାଳୀ:
ଗୋଟିଏ ପାତ୍ରରେ ଅଦା,ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ଲେମ୍ବୁ ରସ ଓ ଲୁଣ ମିଶାଇ ରଖି ଦିଅନ୍ତୁ । ସେଥିରେ ଚିଙ୍ଗୁଡ଼ିକୁ ଗୋଳାଇ ୧୫ରୁ ୨୦ ମିନିଟ ପର୍ୟ୍ୟନ୍ତ ରଖି ଦିଅନ୍ତୁ । ତାପରେ ଗ୍ୟାସରେ କଡେଇ ବସାଇ କଡ଼େଇରେ ଘିଅ ପକାଇ ଚିଙ୍ଗୁଡ଼ିକୁ ପ୍ରାୟ ୪୫ମିନିଟ ଭାଜନ୍ତୁ । ଭାଜି ହୋଇ ସାରିବା ପରେ ଚିଙ୍ଗୁଡ଼ିକୁ ଅନ୍ୟ ଏକପାତ୍ରରେ ରଖନ୍ତୁ । କଡ଼େଇରେ ଅଳ୍ପ ତେଲ ଗରମ କରି ସେଥିରେ ଜିରା ପକାଇ ଭାଜନ୍ତୁ । ତାପରେ ସେଥିରେ ପିଆଜ ପକାଇ ଭାଜନ୍ତୁ । ପାଞ୍ଚ ମିନିଟ ପରେ ସେଥିରେ ଅଦା ରସୁଣ ପେଷ୍ଟ,ଲଙ୍କା ଗୁଣ୍ଡ,ହଳଦି,ଲୁଣ ପକାଇ ୧ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ । ସେଥିରେ ଟମାଟୋ ପକାନ୍ତୁ । ଅଳ୍ପ ଆଞ୍ଚରେ ୫ମିନିଟ ପର୍ୟ୍ୟନ୍ତ ଭାଜନ୍ତୁ । ମସଲା ଗାଢ଼ା ହେବା ପରେ ସେଥିରେ କ୍ରିମ୍‌,ଦହି ଓ ଗରମ ମସଲା ପକାନ୍ତୁ । ଅଳ୍ପ ସମୟ ପରେ ସେଥିରେ ଚିଙ୍ଗୁଡ଼ି ପକାନ୍ତୁ । ତାପରେ ସେଥିରେ ଲୁଣ ପକାଇ କିଛି ସମୟ ପର୍ୟ୍ୟନ୍ତ ଛାଡ଼ି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମସଲା ଚିଙ୍ଗୁଡି ରସା । ଏହାକୁ ଆପଣ ଭାତ,ରୁଟି ସହ ଖାଇ ପାରିବେ ।

Comments are closed.