କେନ୍ଦ୍ର ରେଳ ବଜେଟରେ ମୟୁରଭଞ୍ଜ ଜିଲା ଦାବିଗୁଡିକୁ ଅବହେଳା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ମୟୁରଭଞ୍ଜ: କେନ୍ଦ୍ର ରେଳ ବଜେଟରେ ମୟୁରଭଞ୍ଜ ଜିଲାର ଦୀର୍ଘଦିନର ଦାବିଗୁଡିକୁ ସମ୍ପୂର୍ଣ୍ଣ ଭାବେ ଅବହେଳା ପ୍ରତିବାଦରେ ଗୁରୁବାର ଜିଲାପାଳଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭଂଜସେନା ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ମୟୁରଭଞ୍ଜ ଲୋକସଭା ସାଂସଦ ବିଶେଶ୍ୱର ଟୁଡୁଙ୍କ କୁଶପୁଳିକା ମଧ୍ୟ ଦାହ କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

Comments are closed.