କାଗଜ ନେହିଁ ଦିଖାଏଙ୍ଗେ

- ଏନଆରସି ଓ ନାଗରିକତା ଆଇନ ବିରୋଧରେ ଚଣ୍ଡିଗଡ଼ରେ ସାନି ପ୍ରଦର୍ଶନ

ଚଣ୍ଡିଗଡ଼: ସଂଶୋଧିତ ନାଗରିକତା ଆଇନ ୨୦୧୯ ଓ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ଆଜି ଚଣ୍ଡିଗଡ଼ରେ ପୁଣି ପ୍ରଦର୍ଶନ କରାଯାଇଛି। ଦୀର୍ଘ ଏକ ମାସ ଧରି ଦେଶର ବିଭିନ୍ନ ଭାଗରେ ଚାଲିଥିବା ହିଂସା ଓ ପ୍ରଦର୍ଶନ ଥମିବା ପରେ ବୁଧବାର ବାମପନ୍ଥୀ ଚିନ୍ତାଧାରାକୁ ସମର୍ଥନ କରୁଥିବା କିଛି ସଂଘ ଏହି ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ସେକ୍ଟର ୧୭ରେ ଏକତ୍ରିତ ହେବା ପରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ସେମାନେ ପ୍ରଦର୍ଶନ କରିଥିବା ପ୍ଲା-କାର୍ଡରେ ‘କାଗଜ ନହିଁ ଦିଖାଏଙ୍ଗେ’ ଓ ‘ସିଟୀଜେନ୍ସ ଏଗେନେଷ୍ଟ ଡିଭାଇଡ’ ଲେଖାଯାଇଥିବା ଦେଖାଯାଇଥିଲା।

ପ୍ରଦର୍ଶନକାରୀମାନେ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ନିଜ ନାଗରିକତା ପ୍ରମାଣ ପାଇଁ କୌଣସି ପ୍ରମାଣପତ୍ର କି ନଥି ପତ୍ର ଦେଖାଇବେ ନହିଁ ବୋଲି କହିଛନ୍ତି। ଭାରତ ବର୍ଷରେ ଏହା ପ୍ରଥମ ସରକାର ଯେ ଲୋକଙ୍କ ବିରୋଧରେ ଯାଉଛି ବୋଲି ସେମାନେ କହିଛନ୍ତି।

Comments are closed.