ଓଡ଼ିଶା କୃଷକ ସଭା ପକ୍ଷରୁ ବିକ୍ଷୋଭ

ପାଟଣା: ଓଡ଼ିଶା କୃଷକ ସଭା ପକ୍ଷରୁ ଆଜି ସାହାରପଡ଼ା ବ୍ଲକ୍ ମୁଖ୍ୟାଳୟରେ ପ୍ରତିବାଦ ସଭା ସହ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। କୃଷିବିଲ ଆଦି ବିରୋଧରେ ଡିସେମ୍ବର ୮ ଭାରତ ବନ୍ଦକୁ ସଫଳ କରାଇବା ପାଇଁ ନିବେଦନ କରାଯିବା ସହ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ଦଫା ଦାବି ସମ୍ବଳିତ ଦାବିପତ୍ର ସାହାରପଡ଼ା ତହସିଲଦାର ଲମ୍ବୋଦର ଖୁଣ୍ଟିଆଙ୍କୁ ପ୍ରଦାନ କରାଯାଇଛି । ବ୍ଲକରେ ସବୁ ଜମିକୁ ପାଣି, ରାଜନଗରରେ ବୈତରଣୀ ବ୍ୟାରେଜ୍, ସାହାରପଡ଼ା ମଣ୍ଡିରେ ଧାନ ବିକ୍ରି କରି ପ୍ରାପ୍ୟ ପାଇ ନ ଥିବା ଚାଷୀଙ୍କୁ ତୁରନ୍ତ ପ୍ରାପ୍ୟ ପ୍ରଦାନ, ସବୁ ପଞ୍ଚାୟତରେ ଧାନମଣ୍ଡି ଖୋଲାଯିବା ସହ ବିଗତ ଦିନରେ ସାହାରପଡ଼ା ଲ୍ୟାମ୍ପ୍ସ କର୍ତ୍ତୃପକ୍ଷ କୃଷିବିମା ଅର୍ଥ ଆଦାୟ କରିଥିଲେ ସୁଦ୍ଧା ତାହା କାର୍ୟ୍ୟକାରୀ ହୋଇ ନ ଥିବାରୁ ତୁରନ୍ତ କାର୍ୟ୍ୟକାରୀ କରି ଚାଷୀମାନଙ୍କ ଉପରେ ଥିବା ଋଣ ଭାରକୁ ଲାଘବ କରାଯିବା ଦାବିରେ ଏହି ଦାବିପତ୍ର ଦିଆଯାଇଛି ।

ବିକ୍ଷୋଭ ଶୋଭାଯାତ୍ରାରେ କୃଷକ ସଭା ଜିଲ୍ଲା ସଂପାଦକ ପୂର୍ଣ୍ଣଚନ୍ଦ୍ର ରାଉତ, ସହ ସଂପାଦକ ଭବାନୀ ଶଙ୍କର ମହାନ୍ତ , କୃଷକ ନେତା ନେତ୍ରାନନ୍ଦ ମହାନ୍ତ, ଧରଣୀ ଧର ନାଏକ, ଯତୀନ୍ଦ୍ର ପାତ୍ର, ପୂର୍ଣ୍ଣଚନ୍ଦ୍ର ନାଏକ, ଜଗନ୍ନାଥ ନାଏକ, ରାମଚନ୍ଦ୍ର ମହାନ୍ତ, ରମେଶ ମୁଣ୍ଡା ଓ ଚନ୍ଦ୍ର ମୋହନ ମହାନ୍ତଙ୍କ ସହ ଅନ୍ୟମାନେ ସାମିଲ ଥିଲେ।

Comments are closed.