୮ ବର୍ଷ ପ୍ରେମ ସମ୍ପର୍କ ପରେ ବିବାହ ପ୍ରସ୍ତାବ ଦେଲେନାହିଁ ପ୍ରେମିକ; ଅଦାଲତର ଦ୍ବାରସ୍ଥ ହେଲେ ପ୍ରେମିକା

ନୂଆଦିଲ୍ଲୀ : ୮ ବର୍ଷ ଧରି ପ୍ରେମ ସମ୍ପର୍କ । ହେଲେ ଏହି ଆଠ ବର୍ଷ ମଧ୍ୟରେ ପ୍ରେମିକ ଥରଟିଏ ବି ଦେଲେ ନାହିଁ ବିବାହ ପ୍ରସ୍ତାବ। ଏଥିରେ କ୍ରୋଧିତ ହେଲେ ପ୍ରେମିକା ଆଉ ସିଧା ପ୍ରେମିକଙ୍କ ବିରୋଧରେ ଯାଇ ଫେରାଦ ହେଲେ ଅଦାଲତରେ । ଏପରି ଏକ କୌତୂହଳପୂର୍ଣ ଖବର ଆସିଛି ଜାମ୍ବିଆରୁ ।

ସୂଚନା ଅନୁସାରେ  ଗର୍ଟରୁଡ୍ ନଗୋମା ନାମକ ଜଣେ ଯୁବକ ଗତ ୮ ବର୍ଷ ଧରି ତାଙ୍କ ପ୍ରେମିକା ହେର୍ବର୍ଟ ସାଲାଲିକିଙ୍କ ସହ ସମ୍ପର୍କ ରଖିଥିଲେ। ଉଭୟ ଡ଼େଟ କରୁଥିଲେ, ଏକାଠି ବୁଲିବାକୁ ଯାଉଥିଲେ । ପାର୍ଟି କରୁଥିଲେ, ପାର୍କ ଯାଉଥିଲେ । ଏକାଠି ରହୁଥିଲେ । ସେମାନଙ୍କର ଏକ ପିଲା ମଧ୍ୟ ଜନ୍ମ ହୋଇଥିଲା ।  ମାତ୍ର ଏହି ସମୟ ମଧ୍ୟରେ ପ୍ରେମିକା ତାଙ୍କ ପ୍ରେମିକଙ୍କଠାରୁ ବିବାହ କରିବା ପାଇଁ ଥରଟିଏ ବି ପ୍ରସ୍ତାବ ପାଇ ନ ଥିଲେ ।

ସବୁଠାରୁ ମଜାର କଥା ହେଉଛି ଉଭୟ ପ୍ରେମିକ ପ୍ରେମିକା ଏକାଠି ଅଦାଲତକୁ ଯାଇଥିଲେ ଏବଂ ଗର୍ଟରୁଡ଼ ତାଙ୍କ ପ୍ରେମିକାଙ୍କୁ ନିଜ ଗାଡ଼ିରେ ନେଇ କୋର୍ଟକୁ ଯାଇଥିଲେ ।  ଗର୍ଟରୁଡ  କୋର୍ଟରେ  କହିଛନ୍ତି ଯେ ସେ ଅନୁଭବ କରିଛନ୍ତି ଯେ ତାଙ୍କ ସାଥୀ ସମ୍ପର୍କକୁ ନେଇ ଗମ୍ଭୀର ନୁହଁନ୍ତି। ତେବେ ବିଚାରପତି ମଧ୍ୟ ଉଭୟଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.