ନକଲି ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବେଦନ

ସମ୍ବଲପୁର: ନକଲି ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଜଣେ ଯୁବକ ଧରାପଡିଛନ୍ତି। ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଫାଟକ ସମ୍ମୁଖରେ ଶୁକ୍ରବାର ଅପରାହ୍ନରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଥିଲା। ଠିକ୍ ଏହି ସମୟରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକ ଧରିଥିଲେ। ପରେ ଥାନାକୁ ଉଠାଇ ଆଣି ଅଟକ ରଖିବା ସହ ପଚରାଉଚାର ଜାରି ରଖିଛି। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ଏହି ଘଟଣାରେ ପୁଲିସ ଅଧିକ ଖୋଳତାଡ୍ ଆରମ୍ଭ କରିଛି।

Comments are closed.