www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ: କାର୍ଯ୍ୟରେ ଯୋଗଦେଲେ ନୂତନ କୁଳପତି ପ୍ରଫେସର କିଶୋର କୁମାର ବାଶା

ଭୁବନେଶ୍ବର: ବାରିପଦାର ତାକତ୍‌ପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର କିଶୋର କୁମାର ବାଶା ଶୁକ୍ରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ପ୍ରଫେସର କିଶୋର କୁମାର ବାଶା କୁଳପତିଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ନବନିଯୁକ୍ତ କୁଳପତି ପ୍ରଫେସର କିଶୋର କୁମାର ବାଶାଙ୍କୁ ବିଶ୍ବବିଦ୍ୟାଳୟ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ପ୍ରଫେସର କିଶୋର କୁମାର ବାଶାଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ଦେଇଥିଲେ। କୁଳପତି ଭାବେ କାର୍ଯ୍ୟରେ ଯୋଗଦେବା ପରେ ବିଶ୍ବବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାଦାନ, ଗବେଷଣା ସାଙ୍ଗକୁ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦିଆଯିବ ବୋଲି ପ୍ରଫେସର କିଶୋର କୁମାର ବାଶା ପ୍ରକାଶ କରିଛନ୍ତି।

ପ୍ରଫେସର କିଶୋର କୁମାର ବାଶା ୧୯୭୩ରେ ସମଗ୍ର ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ଟପ୍ପର ହୋଇଥିଲେ। ଏହାପରେ ବିଏ(ଇତିହାସ) ଅନର୍ସ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଏମ୍‌ଏ(ଆର୍କିଓଲୋଜି) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ଏମ୍‌ଏ ଆନ୍‌ଥ୍ରୋପୋଲୋଜି(ପ୍ରିହିଷ୍ଟୋରି ଆର୍କିଓଲୋଜି)ରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଆନ୍‌ଥ୍ରୋପୋଲୋଜିରେ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୧୯୯୧ରେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଡିଗ୍ରୀ ହାସଲ କରି କରିଥିବା ପ୍ରଫେସର କିଶୋର କୁମାର ବାଶାଙ୍କର ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ୩୮ବର୍ଷର ଅଭିଜ୍ଞତା ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭନ୍ନ ଅନୁଷ୍ଠାନରେ ନିର୍ଦେଶକ, ଅଧ୍ୟକ୍ଷ ରହିଥିବା ପ୍ରଫେସର ବାଶା କେନ୍ଦ୍ର ସରକାରଙ୍କ ଟାଗୋର୍‌ ନ୍ୟାସ୍‌ନାଲ୍‌ ଫେଲୋସିପ୍‌ ପାଇଥିଲେ। ଭୋପାଳସ୍ଥିତ ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମାନବ ସଂଗ୍ରହାଳୟର ନିର୍ଦେଶକ, ଭାରତୀୟ ନୃତତ୍ତ୍ବ ସର୍ବେକ୍ଷଣର ନିର୍ଦେଶକ, କଲକାତା ଇଣ୍ଡିଆନ୍‌ ମ୍ୟୁଜିୟମ୍‌ର ନିର୍ଦେଶକ, ଉତ୍କଳ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଓ ପିଜି କାଉନ୍‌ସିଲ୍‌ ଚେୟାର୍‌ମ୍ୟାନ୍, ପ୍ରଥମ ସେଲ୍ଫ ଫାଇନାନ୍‌ସିଂ ନିର୍ଦେଶକ, ନୃତତ୍ତ୍ବ ବିଭାଗ ମୁଖ୍ୟ, ସେଣ୍ଟର୍‌ ଫର ଆଡ୍‌ଭାନ୍ସଡ୍‌ ଷ୍ଟଡ଼ି କୋଅର୍ଡିନେଟର ଆଦି ପଦପଦବୀରେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
ପ୍ରଫେସର କିଶୋର କୁମାର ବାସା ୯ଟି ପୁସ୍ତକରେ ମୁଖ୍ୟ ସମ୍ପାଦକ ରହିଥିବାବେଳେ ୧୧ଟି ସମ୍ପାଦକ ରହିଛନ୍ତି। ବିଭନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍‌ରେ ତାଙ୍କର ୭୯ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ତାଙ୍କ ଅଧୀନରେ ୯ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି ଡିଗ୍ରୀ ହାସଲ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories