ଟିକାଦାନରେ ପ୍ରିୟାପ୍ରୀତି ଅଭିଯୋଗ

ବେଗୁନିଆ : ବେଗୁନିଆ ବ୍ଲକର ବେଗୁନିଆ, ବୋତଳମା, ଡାଳତୋଳା ଏବଂ କଣ୍ଟାବାଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନଙ୍କୁ କରୋନା ଟିକା ପ୍ରଦାନ କରାଯାଉଥିବାବେଳେ ଟିକାଦାନ କ୍ଷେତ୍ରରେ ବିଭିନ୍ନ ସମୟରେ ବହୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଥିବାର ଦେଖିବାକୁ ମିଳୁଛି । ଫଳରେ ଏଥିପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି । ଟିକା ଯେତିକି ସଂଖ୍ୟାରେ ଆସୁଛି ତା’ ତୁଳନାରେ ଲୋକମାନେ ଅଧିକ ଏକତ୍ରିତ ହେଉଥିବାରୁ ଟିକାଦାନ କ୍ଷେତ୍ରରେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଲୋକମାନେ ଟୀକା ନେଇ ନପାରି ଅସନ୍ତୋଷ ପ୍ରକାଶ କରି ସମ୍ପୃକ୍ତ କେନ୍ଦ୍ରରୁ ଫେରୁଥିବା ବେଳେ ଧାର୍ଯ୍ୟ ସମୟ ପୂରଣ ନହେବା ପୂର୍ବରୁ ବିଭାଗୀୟ କର୍ମଚାରୀମାନେ ସେମାନଙ୍କର ପରିବାର ଲୋକମାନଙ୍କୁ ଆଣି ଟିକା ଦେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବାବେଳେ ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.