ସାଇ ବାବା ଫେନସି ଡ୍ରେସ ପ୍ରତିଯୋଗିତାର ପୁରସ୍କାର ବିତରଣ

ଭୁବନେଶ୍ବର : ରାଉରକେଲା ସ୍ଥିତ ବେବି ବିଙ୍ଗୋ ପ୍ଲେ ସ୍କୁଲ ଓ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଶିରିଡି ସାଇ ବାବା ଓ ତାଙ୍କର ଅନନ୍ୟ ଭକ୍ତ ମାନଙ୍କ ଉପରେ ଜାତୀୟ ସ୍ତରୀୟ ଅନ୍ଲାଇନ ଫେନ୍ସୀ ଡ୍ରେସ ପ୍ରତିଯୋଗିତା କରାଯାଇଥିଲା । ଆଜି ତାହାର ପୁରସ୍କାର ବିତରଣ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ସମୀର ରଞ୍ଜନ ଦାସଙ୍କ ଦ୍ୱାରା ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କୋରୋନା ମହାମାରୀର କଟକଣାକୁ ଦୃଷ୍ଟିରେ ରଖି ପୁରସ୍କାର ବିତରଣ ସମୟରେ କିଛିଜଣ ବିଜୟୀ ଛାତ୍ରଛାତ୍ରୀ ଓ ତାଙ୍କର ଜଣେ ଲେଖାଏଁ ଅଭିଭାବକଙ୍କ ସହିତ ସ୍କୁଲର ମ୍ୟାନେଜିଂ ଟ୍ରଷ୍ଟି ଡ଼. ରୁଦ୍ର ମହାନ୍ତି ଉପସ୍ଥିତ ଥିଲେ।

Comments are closed.