ସ୍ୱର୍ଗତଃ ନରସିଂହ ମହାପାତ୍ର ସ୍ମୃତି ପୁରସ୍କାର ବିତରଣ ଉତ୍ସବ

ବାଙ୍କୀ: ପବିତ୍ର ଗୁରୁ ଦିବସ ଅବସରରେ ସ୍ଥାନୀୟ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ସମ୍ମିଳନୀ ପ୍ରକୋଷ୍ଠରେ ଏହି ବିଦ୍ୟାଳୟର ପୁରାତନ ଛାତ୍ର ତଥା ଶିକ୍ଷାବିତ୍‍ ସ୍ୱର୍ଗତଃ ନରସିଂହ ମହାପାତ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ପୁରସ୍କାର ବିତରଣ ଉତ୍ସବ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବାଶିଷ ହାଜିରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଧାୟକ ଦେବୀରଂଜନ ତିପାଠୀ ଏବଂ ବିଶିଷ୍ଟ ଅତିଥି ଭାବରେ ବାଗ୍ମି ପଦ୍ମଶ୍ରୀ ରଜତ କୁମାର କର ଯୋଗାଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁରସ୍କାର ବିତରଣ ଉତ୍ସବର ଶୁଭ ଉଦ୍ଦ୍‍ଘାଟନ କରିଛନ୍ତି। ମୁଖ୍ୟବକ୍ତା ଭାବରେ ସମାଜସେବୀ ଶରତଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ବଳଭଦ୍ର ପଣ୍ଡା, ପୂର୍ବତନ ଓକିଲ ସଂଘ ସଭାପତି ସୁବାଷ ଚନ୍ଦ୍ର ମିଶ୍ର, ବାଙ୍କୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅମରେନ୍ଦ୍ର ମିଶ୍ର, ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜିବୀ ବିଭୂଧେନ୍ଦ୍ର ଦାସ, ନିର୍ମଳା ମହାପାତ୍ର ପ୍ରମୁଖ ଯୋଗଦେଇ ଦିବସର ଅନୁଚିନ୍ତା ସହିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ, ପଣ୍ଡିତ ନଗେନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲା ବେଳେ ବରିଷ୍ଠ ଶିକ୍ଷକ କାହ୍ନୁଚରଣ ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜିବୀ, ସାମ୍ବାଦିକ ଓ ଅଭିଭାବକ ଉପସ୍ଥିତ ଥିଲେ। ଅନ୍ୟତମ ଅତିଥି ଭାବରେ ସାମ୍ବାଦିକ ସମରେନ୍ଦ୍ର୍ର ମହାପାତ୍ର,ଶିକ୍ଷାବିତ୍‍ କାହ୍ନୁଚରଣ ସାହୁ,କୃଷ୍ଣ ଚନ୍ଦ୍ର ମହାପାତ୍ର ଓ ପରିବାର ପକ୍ଷରୁ ସ୍ୱର୍ଗତଃ ନରସିଂହ ମହାପାତ୍ରଙ୍କ ଯୈାଥ ପରିବାର ସମ୍ପର୍କରେ ଆଲୋକପାତ କରାଯାଇଛି। ମୁଖ୍ୟଅତିଥି ଓ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଛାତ୍ର ସ୍ୱପ୍ନଜିତ ପଣ୍ଡା, ନାରାୟଣ ପଣ୍ଡା, ଶୁଭମ ବେହେରା, ଆସ୍ତିକ ତ୍ରିପାଠୀ ଏବଂ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ର ବିଭୁନା ବେହେରା, ଛାତ୍ରୀ ମୋନାଲିଶା ବେହେରା, ଶୁଭଜ୍ଞାନୀ ସାହୁ, ରୋଜାଲିନୀ ସ୍ୱାଇଁ, ଛାତ୍ର ଦିବ୍ୟରଂଜନ ସ୍ୱାଇଁ ଓ ଅମିନ ସ୍ୱାଇଁଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।

Comments are closed.