ବକେୟା ଭଡ଼ା ଜମା କରି ଘର ଛାଡ଼ିବାକୁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନୋଟିସ

ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ବକେୟା ରହିଛି ୩ ଲକ୍ଷ ୪୪ ହଜାର ୬୭୦ଟଙ୍କା ଘରଭଡ଼ା । ତେଣୁ ଏହି ଭଡ଼ା ପଇଠ କରି ଅଗଷ୍ଟ ୧ ତାରିଖ ସୁଦ୍ଧା ଲୋଦୀ ରୋଡ଼ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ନୋଟିସ ଜାରି କରିଛି   ଗୃହ ଓ ସହରାଞ୍ଚଳ ମନ୍ତ୍ରଣାଳୟ । ନୂଆଦିଲ୍ଲୀର ଲୋଧି ଇଷ୍ଟେଟରେ  ଘର ନମ୍ବର ୩୫ (ଟାଇପ୍ ୬ ବି)ରେ ପ୍ରିୟଙ୍କା ରହୁଛନ୍ତି । ୧୯୯୭ ମସିହାରେ ଏହି ଘର ପ୍ରିୟଙ୍କାଙ୍କ ନାମରେ ଆଲଟମେଣ୍ଟ ହୋଇଥିଲା । ସେ ୨୩ ବର୍ଷ ହେଲା ସେଠାରେ ରହି ଆସୁଛନ୍ତି ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରିୟଙ୍କା ଆଉ ଜେଡ଼୍ ପ୍ଲସ ସୁରକ୍ଷା ବଳୟରେ ନାହାନ୍ତି । ତେଣୁ ସୁରକ୍ଷାଗତ କାରଣରୁ ଜେଡ଼୍ ପ୍ଲସ ଅନୁମୋଦିତ ବଙ୍ଗଳା ଯୋଗାଇବାର ବ୍ୟବସ୍ଥା ନାହିଁ । ତେଣୁ ତାଙ୍କୁ ଘର ଖାଲି କରିବାକୁ ପଡ଼ିବ । ଏଥିପାଇଁ ଅଗଷ୍ଟ ୧ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଉଛି ବୋଲି ତାଙ୍କୁ ଦିଆଯାଇଥିବା ନୋଟିସରେ ଉଲ୍ଲେଖ ଅଛି । ଏହା ସହ ତାଙ୍କ ଉପରେ ବକେୟା ୩,୪୪,୬୭୦ ଟଙ୍କା ଭଡ଼ାକୁ ତୁରନ୍ତ ପଇଠ କରିବାକୁ ମଧ୍ୟ କୁହାଯାଇଛି ।

Comments are closed.