ପ୍ରିୟଙ୍କା-ରାହୁଲଙ୍କୁ ଫେରାଇଦେଲା ମିରଟ ପୁଲିସ

ମିରଟ : ନାଗରିକତ୍ବ ଆଇନର ପ୍ରତିବାଦବେଳେ ନିହତଙ୍କ ପରିବାରକୁ ଭେଟିବା ପାଇଁ ଯିବାବେଳେ ମିରଟଠାରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଭଦ୍ରା ଓ ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ପୁଲିସ ଅଟକାଇଛି। ସେମାନଙ୍କ ଗାଡ଼ି ମିରଟ ସୀମାନ୍ତ ପାର୍ତ୍ତାପୁରଠାରେ ପହଞ୍ଚିବା ପରେ ପୁଲିସ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ମୃତକଙ୍କ ଘରକୁ ଯିବା ପାଇଁ ଅନୁମତି ନ ଦେବାରୁ ପ୍ରିୟଙ୍କା ଓ ରାହୁଲ ଦିଲ୍ଲୀ ଫେରିଆସିଥିବା ଜଣାପଡ଼ିଛି। ଗତ ସପ୍ତାହରେ ନାଗରିକତ୍ବ ଆଇନର ପ୍ରତିବାଦରେ ଉତ୍ତରପ୍ରଦେଶରେ ଘଟିଥିବା ହିଂସାକାଣ୍ଡରେ ମୋଟ ୧୮ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ କେବଳ ମିରଟର ୫ ଜଣ ପ୍ରାଣ ହରାଇଥିଲେ। ରାହୁଲ ଓ ପ୍ରିୟଙ୍କାଙ୍କ ପ୍ରତ୍ୟାବର୍ତ୍ତନ ପରେ ସ୍ଥାନୀୟ ବରିଷ୍ଠ କଂଗ୍ରେସ ନେତା ଇମ୍ରାନ ମାସୁଦ ଓ ପଙ୍କଜ ମଲିକ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ରବିବାର ପ୍ରିୟଙ୍କା ବିନ୍‌ଜୋର ଗସ୍ତରେ ଯାଇ ସେଠାରେ ଦୁଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଥିଲେ।

Comments are closed.