ମା’ ହେଲେ ପ୍ରିୟଙ୍କା ଚୋପ୍ରା – ସ୍ଥାନାପନ୍ନ ମାତୃତ୍ୱରେ ମାଆ ହେଲେ

ନୂଆଦିଲ୍ଲୀ – ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମାଆ ଏବଂ  ହଲିଉଡ୍‌ର ନିକ୍‌ ଜୋନସ୍‌ ବାପା ହୋଇଛନ୍ତି । ସ୍ଥାନାପନ୍ନ ମାତୃତ୍ୱ (surrogacy)ରେ ସେ ମାଆ ହୋଇଛନ୍ତି । ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିଲେ। ଏହା ସହ ୨୦୧୮ ମସିହାରେ ତାଙ୍କର ବିବାହ ହୋଇଥିଲା ।

ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ସେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହି କଥାକୁ ସେ ଗୁପ୍ତ ରଖିବାକୁ ଚାହିଁଥିଲେ । ପରିବାର ଉପରେ ବେଶୀ ଦୃଷ୍ଟି ଦେବା ପାଇଁ ସେମାନେ ଚାହିଁଥିଲେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି ।

 

View this post on Instagram

 

A post shared by Priyanka (@priyankachopra)

୨୦୧୮ ରାଜସ୍ଥାନରେ ପାରମ୍ପରିକ ରୀତିରେ ପ୍ରିୟଙ୍କା ଏବଂ ନିକ୍‌ଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏବେ ପ୍ରିୟଙ୍କା ତାଙ୍କ ପତିଙ୍କ ସହ ଆମେରିକାରେ ରହୁଛନ୍ତି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଏକଦା ପ୍ରିୟାଙ୍କା ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ଥିଲେ।

Comments are closed.