ପ୍ରିୟଙ୍କା କହିଲେ ‘ରାମ ସମସ୍ତଙ୍କର’; ଯୋଗୀ ଉତ୍ତର ଦେଲେ ‘ଏହି ସଦ୍‌ବୁଦ୍ଧି ଆଗରୁ କାହିଁକି ଆସିଲା ନାହିଁ’

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାମ ଜନ୍ମଭୂମି ସ୍ଥଳରେ ରାମ ମନ୍ଦିରର ଭୂମି ପୂଜନରେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାମ ମନ୍ଦିର ସମ୍ପର୍କରେ ମତ ଦେଇ ରାମ ସମସ୍ତଙ୍କର ବୋଲି କହିଛନ୍ତି। ତେବେ ପ୍ରିୟଙ୍କାଙ୍କ ଏହି ମନ୍ତବ୍ୟ ଉପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ଦେଇ କହିଛନ୍ତି, ରାମ ସମସ୍ତଙ୍କର, ଏହା ଆମେ ବହୁତ ପୂର୍ବରୁ କହିଆସୁଛୁ। ଏହି ସଦ୍‌ବୁଦ୍ଧି ସେତେବେଳେ ଆସିବାର ଥିଲା, ଯେତେବେଳେ ଏଠାରେ ସେହି ଲୋକଙ୍କ ପୂର୍ବଜମାନେ ରାମଲାଲାଙ୍କ ମୂର୍ତ୍ତିଗୁଡ଼ିକୁ ହଟାଇବାକୁ ଉଦ୍ୟମ କରିଥିଲେ। ପ୍ରକୃତରେ ସେମାନେ କିଏ ଥିଲେ, ଯେଉଁମାନେ ଏଠାରେ ରାମ ମନ୍ଦିର ହେଉ ବୋଲି ଚାହୁଁ ନ ଥିଲେ ?

Comments
Loading...