ଆଠଗଡର ନୂଆ ତହସିଲଦାର ପ୍ରିୟବ୍ରତ ଦାସ

ଆଠଗଡ : ଆଠଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗତ ପ୍ରାୟ ୫ବର୍ଷ ଧରି ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ପ୍ରିୟବ୍ରତ ଦାସ ପଦୋନ୍ନତି ପାଇ ଆଠଗଡର ତହସିଲଦାର ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଠାରେ କାର୍ଯ୍ୟରତ ଥିବା ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କର ପଦୋନ୍ନତି ପରେ ପରିବହନ ବିଭାଗ ପକ୍ଷରୁ ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଅଧିକାରୀ ଭାବେ ସମ୍ବଲପୁରକୁ ବଦଳି ହୋଇଛି।

 

ଶ୍ରୀ ଖୁଣ୍ଟୁିଆଙ୍କଠାରୁ ନୂତନ ତହସିଲଦାର ପ୍ରିୟବ୍ରତ ଦାସ କାର୍ଯ୍ୟଭାର ଗ୍ରହଣ କରିବା ପରେ ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଜମିଜମା କ୍ଷେତ୍ରରେ ଲୋକଙ୍କର ସମସ୍ତ ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବେ ଏବଂ ରାଜସ୍ୱ ବୃଦ୍ଧିକୁ ମଧ୍ୟ ଅଗ୍ରାଧିକାର ଦେବେ ବୋଲି ନୂତନ ତହସିଲଦାର ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ଦାସ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ।

Comments are closed.