କୋଭିଡ ପାଇଁ ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ବାଧାପ୍ରାପ୍ତ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ବିପିସିଏଲ, ଏସସିଆଇ, ବିଇଏମଏଲ ଏବଂ ଏୟାର ଇଣ୍ଡିଆ ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ଘରୋଇକରଣ ପ୍ରକ୍ରିୟାକୁ ପ୍ରଭାବିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦେଶରେ ବୃହତ ଅର୍ଥନୈତିକ ସଂସ୍କାର କରିବା ଅଂଶସ୍ୱରୂପ ଲାଭଜନକ ସରକାରୀ ଉଦ୍ୟୋଗ ବିପିସିଏଲ, ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ,ବିଇଏମଏଲ ଏବଂ କ୍ଷତିରେ ଚାଲୁଥିବା ରାଷ୍ଟ୍ରୀୟ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆରୁ ସରକାରୀ ଅଂଶଧନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କୋଭିଡ-୧୯ର ଦ୍ୱିତୀୟ ଲହର ପ୍ରଭାବରେ ଅତିମାତ୍ରାର କ୍ଷତିଗ୍ରସ୍ତ ହୋଇଥିବା ଭାରତୀୟ ଅର୍ଥନୀତି ସଂପ୍ରତି ଏହିସବୁ ଉଦ୍ୟୋଗର ଘରୋଇକରଣ କ୍ଷେତ୍ରରେ ମଧ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ସାଂପ୍ରତିକ ପରିସ୍ଥିତିରେ ଅନେକ ସରକାରୀ ଅଧିକାରୀ କୋଭିଡ ମୁକାବିଲା ଦାୟିତ୍ୱକୁ ନେଇ ଅତିମାତ୍ରାରେ ବ୍ୟସ୍ତ ରହିଛନ୍ତି। ସରକାରଙ୍କ ପରାମର୍ଶଦାତା ଗୋଷ୍ଠୀ ମଧ୍ୟ କୋଭିଡ ସଂକ୍ରମଣ ଭଳି କାରଣ ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଘରୋଇକରଣ କାଯ୍ୟଁ ଆଗକୁ ବଢିପାରୁନଥିବା ଏକ ସରକାରୀ ସୂତ୍ରରୁ କୁହାଯାଇଛି।

Comments are closed.