ଜମୁଛି ପାଟଣା ଜାଗର ମହୋତ୍ସବ

ପାଟଣା: ପାଟଣାର ପ୍ରାଚୀନ ଆନନ୍ଦେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଐତିହାସିକ ଜାଗର ମହୋତ୍ସବ ଆଜି ଅଷ୍ଟମ ଦିନରେ ପହଞ୍ଚି ଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସମାଗମ ହେଉଛି। ୨୩ ତାରିଖ ସନ୍ଧ୍ୟାରେ ଏଠାରେ ଡିଆନାଳିର ଏମ ଜେ ଝୁମର ଗ୍ରୁପର କଳାକାର ମାନେ ତ୍ରିନାଥ ମହନ୍ତଙ୍କ ସଂଯୋଜନାରେ ଘଣ୍ଟା ଘଣ୍ଟା ଧରି ଝୁମର ମୃତ୍ୟୁ ପରିବେଷଣ କରିଥିଲେ। ଗତକାଲି ସନ୍ଧ୍ୟାରେ କଟକର ମାମୁନି ଡ୍ୟାନ୍ସ ଗ୍ରୁପ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ପରିବେଷଣ କରି ଦେଖଣାହାରୀଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ଶନିବାର ସନ୍ଧ୍ୟାରେ ଜିଲ୍ଲାର ପ୍ରତିଷ୍ଠିତ ସଂଗଠନ ଆମେ ଓଡ଼ିଆ ପକ୍ଷରୁ ମେଲୋଡି ପରିବେଷଣ କରାଯାଉଥିବା ବେଳେ ଏଠାରେ ବହୁ ଲୋକଙ୍କୁ ଉପସ୍ଥିତ ଦେଖିବାକୁ ମିଳିଛି। ଗତ ସନ୍ଧ୍ୟାରେ କମଳା କାନ୍ତ ପତି ଓ ପାର୍ଥ ସାରଥୀ ବେଜ ସଂଯୋଜନାରେ ସାଂସ୍କୃତିକ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଏକାସାଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ଫାଷ୍ଟଫୁଡ଼, ଆଇସକ୍ରିମ, ବାରମଜା, ଚାଟ, ଗୁପଚୁପ ଆଦି ଖାଦ୍ୟର ସ୍ୱାଦ ଚାଖିବାକୁ ମହିଳା ଓ ଯୁବତୀ ମାନେ ଏଠାରେ ଭିଡ଼ ଲଗାଉଛନ୍ତି। ବିଶେଷ କରି ମନୋହରି ଦୋକାନ ଚୁଡି ଓ ପ୍ରସାଧନ ସାମଗ୍ରୀ ହରେକ ମାଲ ୩ ଟଙ୍କାରୁ ଆରମ୍ଭ କରି ୨୦ ଟଙ୍କା ଲେଖାଏଁ ଥିବା ଦୋକାନ, ଘରକରଣା ସାମଗ୍ରୀ ଦୋକାନ ଆଗରେ ପ୍ରବଳ ଗହଳି ଲାଗି ରହିଛି। ୨୬ ତାରିଖ ଉଦଯାପନ ଉତ୍ସବରେ ଟମକାର ଖଣ୍ଡୁରାଇ ଝୁମୋର ମେଲୋଡି ବିଶେଷ ଆକର୍ଷଣ ହେବ ବୋଲି କମିଟି ସୂଚନା ଦେଇଛି।

Comments are closed.