କାଲି ରାଜ୍ୟବ୍ୟାପୀ ଘରୋଇ ବସ୍‌ ବନ୍ଦ

ଭୁବନେଶ୍ଵର: କରୋନା ଭୂତାଣୁ ମୁକାବିଲାରେ ସାମିଲ ହୋଇଛି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ରବିବାର ‘ଜନତା କର୍ଫ୍ୟୁ’କୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ବସ୍‌ ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ଘରୋଇ ବସ୍‌ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ୧୩ରୁ ୧୪ ହଜାର ଘରୋଇ ବସ୍‌ ବିଭିନ୍ନ ଜିଲାରେ ଚଳାଚଳ କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁର ମୁକାବିଲା ପାଇଁ ୨୨ ତାରିଖ ରବିବାର ଦିନ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଦେଶବାଦୀଙ୍କୁ ନିବେଦନ କରିଛନ୍ତି। ଏହି ଦିନ ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା ଲୋକମାନଙ୍କୁ ବାଦ୍‌ ଦେଇ ଅନ୍ୟମାନେ ସକାଳ ୭ଟାରୁ ରାତି ୯ଟା ଯାଏ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

Comments are closed.