ପୃଥ୍ବୀ, ସୂର୍ଯ୍ୟ ଭାରତୀୟ ଟେଷ୍ଟ ଦଳରେ ସାମିଲ

ନୂଆଦିଲ୍ଲୀ : ଅଗଷ୍ଟ ୪ରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତର ୫ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଆରମ୍ଭ ପୂର୍ବରୁ ଭାରତୀୟ ଓପ୍‌ନର ଶୁବ୍‌ମାନ ଗିଲ୍‌, ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଓ ଅତିରିକ୍ତ ଖେଳାଳି ପେସ୍ ବୋଲର ଆଭେସ୍ ଖାଁ ଆହତ ହୋଇ ବାଦ୍‌ ପଡ଼ିଛନ୍ତି। ତେବେ ଗିଲ୍‌ ଓ ସୁନ୍ଦରଙ୍କ ସ୍ଥାନରେ ସୋମବାର ବିସିସିଆଇ ଦୁଇ ବ୍ୟାଟ୍‌ସମ୍ୟାନ୍ ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାରଙ୍କୁ ଟେଷ୍ଟ ଦଳରେ ସାମିଲ କରିଛି। ପୃଥ୍ବୀ ଅତିରିକ୍ତ ଓପ୍‌ନର ଓ ସୂର୍ଯ୍ୟକୁମାର ଅତିରିକ୍ତ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଭାବେ ଦଳରେ ସାମିଲ ହୋଇଛନ୍ତି। ତେବେ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ଜୟନ୍ତ ଯାଦବ ଇଂଲଣ୍ଡ ଯିବେ ବୋଲି ଶୁଣା ଯାଉଥିବା ବେଳେ ତାଙ୍କ ନାମକୁ ବାଦ୍‌ ଦିଆଯାଇଛି। ଅନ୍ୟପକ୍ଷରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଇଂଲଣ୍ଡରେ ଭାରତୀୟ ଦଳ ସହ ଥିବା ବଙ୍ଗଳାର ଯୁବ ବ୍ୟାଟ୍‌ସମ୍ୟାନ୍ ଅଭିମନ୍ୟୁ ଈଶ୍ବରନ୍‌ଙ୍କୁ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଷ୍ଟାଣ୍ଡବାଇ ଖେଳାଳି ଭାବେ ଦୁଇ ପେସ୍ ବୋଲର ପ୍ରସିଦ୍ଧ କୃଷ୍ଣ ଓ ଆର୍ଜାନ୍ ନାଗସ୍‌ୱାଲାଙ୍କୁ ରଖାଯାଇଛି।

Comments are closed.