ସ୍ପିରିଟ୍ ପିଇ ବିଚାରାଧୀନ କଏଦୀ ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

ଜୟପୁର: କୋରାପୁଟ ଜିଲା ଜୟପୁର ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ବୁଧବାର ଫାଷ୍ଟ ଏଡ଼ ସ୍ପିରିଟ୍ ପିଇ ଗୁରୁତର ହୋଇଛନ୍ତି। ତାଙ୍କୁ ଜୟପୁର ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର କଏଦୀ ଜଣକ ହେଲେ ପ୍ରଶାନ୍ତ ସେଇକା( ୨୮)। ୨୦୧୪ ମସିହା ନଭେମ୍ବର ମାସରୁ ନିଜ ସ୍ତ୍ରୀକୁ ପୋଡ଼ି ଜାଳିଦେବା ଘଟଣାରେ ବିଚାରାଧୀନ କଏଦୀ ଭାବେ ଦଣ୍ଡ କାଟୁଛନ୍ତି।

ଏନେଇ ଜେଲର୍ ଲଲାଟେନ୍ଦୁ ଭୂଷଣ ଦାଶ କହିଛନ୍ତି ଯେ, ପ୍ରଶାନ୍ତ କିଛିଦିନ ହେଲା ମାନସିକ ଚାପରେ ଥିଲେ। ଆଜି ସକାଳୁ ସେ ଫାଷ୍ଟ ଏଡ଼ ସ୍ପିରିଟ୍ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ତେବେ ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି ବୋଲି ସେ କହିଛନ୍ତି।

Comments are closed.