ଜଣେ ଦୋଷୀର ଫାଶୀ ଦଣ୍ଡାଦେଶ ଶୁଣି, ଅନ୍ୟ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର: ଗାଁ ଗହଳିରେ ଏକ ଲୋକକଥା ରହିଛି, ବିରି ମାଡ ଦେଖି କୋଳଥ ଚୋପା। ଏହାର ଅର୍ଥ ଜଣଙ୍କ ଉପରେ ହେଉଥିବା ମାଡ ଦେଖି ଅନ୍ୟ ଜଣେ ସାବଡା ହେବା । ଠିକ୍ ସେହିପରି କେନ୍ଦୁଝର ଜେଲରେ ଜଣେ ଦୋଷୀକୁ ଫାଶୀ ଦଣ୍ଡାଦେଶ ହେବା ପରେ ଅନ୍ୟ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଉଭୟଙ୍କ ନାମରେ ମଧ୍ୟ ସମାନ ମାମଲା ରହିଥିଲା। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ଚମ୍ପୁଆ ଥାନା ଅଧିନସ୍ଥ ଶଶାଙ୍ଗ ଗ୍ରାମରେ ସୁନୀଲ ଜଣେ ୩ ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗୁରୁବାର ତାକୁ ଫାଶୀ ଦଣ୍ଡାଦେଶ ହୋଇଥିଲା। ଏହା ଶୁଣିଲା ପରେ ସେହି ଜେଲର ଅନ୍ୟ ଜଣେ କଏଦୀ ତୁରୀ ମୁଣ୍ଡା ଭୟବୀତ ହୋଇ ପଡିଥିଲା। କାରଣ ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ବିଚରାଧୀନ କଏଦୀ ଭାବରେ ରହିଥିଲା। ସୁନୀଲଙ୍କ ଭଳି ତାଙ୍କୁ ମଧ୍ୟ ଫାଶୀ ହେବ ବୋଲି ଭାବି ସେ ଚିନ୍ତିତ ଥିଲେ। ତେଣୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବ ବୋଲି ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

Comments are closed.