ଧାରୁଆ ଅସ୍ତ୍ରରେ ବେକକୁ କାଟି ଜେଲ୍‌ ମଧ୍ୟରେ କଏଦୀଙ୍କ ଆତ୍ମହତ୍ୟା

ମାଲକାନଗିରି : ମାଲକାନଗିରି ଜିଲା ସଦର ମହକୁମା ସ୍ଥିତ ଜିଲା କାରାଗାରରେ ଜଣେ କଏଦୀ ଆତ୍ମହତ୍ୟା କରିଥିବା ଜଣାପଡିଛି। କଏଦୀ ଜଣଙ୍କ ନିଜ ବେକକୁ ଧାରୁଆ ଅସ୍ତ୍ର ରେ ନିଜେ କାଟି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । କଏଦୀ ଜଣଙ୍କ ହେଉଛି ଦାନୁ ଗୋଲୋରୀ ଏବଂ ତା ଘର ମାଲକାନଗିରି ଜିଲା ସ୍ୱାଭିମାନ ଅଞ୍ଚଳର ଖଜୁରୀଗୁଡା ବୋଲି ଜଣାପଡିଛି । ଦାନୁ ଗତକାଲି ରାତିରେ ଏଭଳି କାଣ୍ଡ ଭିଆଇ ଥିବା ଜେଲ୍‌ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ମାଲକାନଗିରି ପୁଲିସ ମୃତ ଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed.