ସୁସ୍ଥ ହେଲେ କରୋନା ଆକ୍ରାନ୍ତ ପ୍ରିନ୍ସ ଚାର୍ଲସ

ଲଣ୍ଡନ : କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସ ଏବେ ସୁସ୍ଥ ହୋଇଯାଇଛନ୍ତି । ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଆଇସୋଲେସନରେ ରହିଥିଲେ । ଏବେ କିନ୍ତୁ ସେ ସୁସ୍ଥ ହୋଇ ଆଇସୋଲେସନରୁ ବାହାରିଛନ୍ତି ।

ସୂଚନାଯୋଗ୍ୟ, ୭୧ ବର୍ଷ ବୟସ୍କ ପ୍ରିନ୍ସ ଚାର୍ଲସ ନିକଟରେ ଅଷ୍ଟ୍ରେଲିଆ ଏବଂ ଅନ୍ୟାନ୍ୟ ଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ ଗତ ୨୫ ତାରିଖରେ ସେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା । ତେବେ ତାଙ୍କ ଶରୀରରେ ସାମାନ୍ୟ କରୋନା ଲକ୍ଷଣ ରହିଥିଲା । ସେହିପରି ତାଙ୍କ ପତ୍ନୀ କାମିଲାଙ୍କୁ ମଧ୍ୟ ଇସୋଲେସନରେ ରଖାଯାଇଥିଲା । ସେମାନଙ୍କ ସହ କାର୍ଯ୍ୟ କରୁଥିବା ୬ ଜଣ ଅଧିକାରୀମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଥିଲା।

Comments are closed.