ଟିକା ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ

ନୂଆଦିଲ୍ଲୀ: ଟିକା ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀଙ୍କ ଫଟୋ । ଆଗକୁ ୫ଟି ରାଜ୍ୟର ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ମୋଦିଙ୍କ ଫଟୋ ଟିକା ପ୍ରମାଣ ପତ୍ରରୁ ହଟିବାକୁ କୁହାଯାଇଛି । ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ହେବ । ଏଥିଲାଗି ନିର୍ବାଚନ କମିସନଙ୍କ ଦ୍ବାରା ନିର୍ଦ୍ଧାରିତ ଆଚରଣବିଧି ଲାଗୁ ହୋଇଛି । ଆଚରଣବିଧି ଲାଗୁ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଟିକା ପ୍ରମାଣ ପତ୍ରରେ ରହିବ ନାହିଁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟିକା ପ୍ରମାଣ ପତ୍ରରୁ ମୋଦିଙ୍କ ଫଟୋ ହଟାଇଦିଆଯିବ । ଆଉ ଏହି ପ୍ରକ୍ରିୟା ନିର୍ବାଚନ ଶେଷ ଯାଏ ବଳବତ୍ତର ରହିବ । ତେବେ ଏହି ୫ ରାଜ୍ୟରେ ନିର୍ବାଚନ ହେବାନେଇ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିସାରିଛନ୍ତି । ଫେବ୍ରୁଆରି ୧୦ରୁ ମାର୍ଚ୍ଚ ୭ ମଧ୍ୟମରେ ୭ଟି ପର୍ୟ୍ୟାୟରେ ମତଦାନ କରିବେ ଭୋଟର । ମାର୍ଚ୍ଚ ୧୦ରେ ଭୋଟ୍‍ ଗଣତି ହେବ ।

Comments are closed.