ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିକ୍ରି ବିଜ୍ଞାପନ ଦେଇ ୪ ଗିରଫ

ବାରାଣସୀ : ଅନ୍‌ଲାଇନ୍‌ ବିଜ୍ଞାପନ ସଂସ୍ଥା ‘ଓଏଲଏକ୍ସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣସୀର ଜବାହର ନଗରସ୍ଥିତ ଜନସମ୍ପର୍କ କାର୍ଯ୍ୟାଳୟକୁ ୭କୋଟି ୫୦ଲକ୍ଷ ଟଙ୍କାରେ ବିକ୍ରି ସମ୍ପର୍କିତ ବିଜ୍ଞାପନ ଦେଇ ୪ ଗିରଫ ହୋଇଛନ୍ତି। ବାରାଣସୀ ଏସ୍‌ପି ଅମିତ ପାଠକଙ୍କ ସୂଚନାନୁଯାୟୀ, ଗୁରୁବାର ଓଏଲଏକ୍ସ ୱେବ୍‌ସାଇଟ୍‌ରେ ଏହି ବିଜ୍ଞାପନ ପ୍ରସାରିତ ହୋଇଥିଲା। ତୁରନ୍ତ କାର୍ଯ୍ୟାଳୟ ଥିବା ଭେଲୁପୁର ଥାନା​‌େ​‌ର ଏତଲା ଦାୟର କରାଯାଇଥିଲା। ଏହାର ୨୪ଘଣ୍ଟା ମଧ୍ୟରେ ବିକ୍ରୟ ବିଜ୍ଞାପନ ଦେଇଥିବା ଲକ୍ଷ୍ମୀକାନ୍ତ ଓଝାଙ୍କ ସହ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୬୫୦୦ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ। ଏଥିରେ ୪ କୋଠରି ସହିତ ୪ ଗାଧୁଆଘର ରହିଛି। ୱେବ୍‌ସାଇଟ୍‌ର ଦୁରୁପଯୋଗ ଏବଂ ଅନ୍‌ଲାଇନ୍‌ ଠକେଇର ଏହା ଏକ ଦୃଷ୍ଟାନ୍ତ ବୋଲି ପୁଲିସ କହିଛି।

Comments are closed.