ଧନତେରସ ଅବସରରେ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସାରା ଦେଶରେ ଅଜି ଧନତେରସ ପାଳନ କରାଯାଉଛି। ଭଗବାନ ଧନ୍ବନ୍ତରୀଙ୍କ ଜୟନ୍ତୀ ଅବସରରେ ଧନତେରସ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନତେରସରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ‘ଧନତେରସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ଭଗବାନ ଧନ୍ୱନ୍ତରୀ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ଶୁଭଫଳ ଏବଂ ଉତମ ସ୍ୱାସ୍ଥ୍ୟ ଆଣନ୍ତୁ।’

 

Comments are closed.