ରାମ ମନ୍ଦିର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ : ଅଗଷ୍ଟ ୫ରୁ ଆରମ୍ଭ ହୋଇପାରେ ମନ୍ଦିର ନିର୍ମାଣ

-ମୋଦୀଙ୍କୁ ଡାକିବା ପାଇଁ ପିଏମଓକୁ ତାରିଖ ସଂପର୍କରେ ସୂଚନା

-ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ସମ୍ଭାବ୍ୟ କାର୍ଯ୍ୟକ୍ରମକୁ ନେଇ ବିଚାର କରାଯାଇପାରେ।

-ମନ୍ଦିରର ଭୂମିପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ମହନ୍ତ ନୃତ୍ୟ ଗୋପାଳ ଦାସ

ଅଯୋଧ୍ୟା : ଅଯୋଧ୍ୟାରେ ରାମଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ମନ୍ଦିରର ଭୂମିପୂଜାର ତାରିଖ ଘୋଷଣା ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରେ। ଅଗଷ୍ଟ ୫ରୁ ମନ୍ଦିରର ନିର୍ମାଣ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି। ଭୂମିପୂଜା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡାକିବା ପାଇଁ ଏହି ଦୁଇଟି ତାରିଖ ସଂପର୍କ​‌ରେ ପିଏମଓକୁ ସୂଚନା ଦିଆଯାଇଛି।

ଅଯୋଧ୍ୟାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇଛନ୍ତି ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟ ଗୋପାଳ ଦାସ। ଏହି ସଭାରେ ଯୋଗଦେବା ପାଇଁ ଟ୍ରଷ୍ଟ ସଦସ୍ୟମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମଣିରାମ ଛାଉଣୀର ମଠର ମହନ୍ତ କମଲ ନୟନ ଦାସ କହିଛନ୍ତି ଯେ ମନ୍ଦିର ନିର୍ମାଣ ଖୁବ ଶୀଘ୍ର ଆରମ୍ଭ ହେବ। ସାଧୁ ସନ୍ଥମାନେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶୀଘ୍ର ଏଠାକୁ ଆସନ୍ତୁ ଏବଂ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ। ସେମାନେ ପୂର୍ବରୁ ପହଞ୍ଚିବା ସ୍ଥିର ହୋଇଥିଲେ ମଧ୍ୟ କରୋନା ସଙ୍କଟ ଯୋଗୁଁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା |

ମୁଁ ମୋଦୀଙ୍କୁ ସ୍ୱାଗତ କରିବାକୁ ଚାହୁଁଛି – ଅନସାରୀ 

ରାମଲାଲା ମନ୍ଦିରର ମୁଖ୍ୟ ପୁରୋହିତ ସତ୍ୟେନ୍ଦ୍ର ଦାସ କହିଛନ୍ତି – ଟ୍ରଷ୍ଟର ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟସୂଚୀ ସ୍ଥିର କରାଯିବା ଉଚିତ, ଯାହାଫଳରେ ମନ୍ଦିର ନିର୍ମାଣ ଶୀଘ୍ର ଆରମ୍ଭ ହୋଇପାରିବ। ଅନ୍ୟପକ୍ଷରେ ବାବ୍ରି ମସଜିଦ୍‌ର ସପକ୍ଷବାଦୀ ଇକବାଲ ଅନସାରୀ କହିଛନ୍ତି, ମୁଁ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ଚାହୁଁଛି। ସାଧୁ ସମାଜ ମନ୍ଦିର ନିର୍ମାଣ କରିବାକୁ ଚାହାଁନ୍ତି, ଯାହା ମୁଁ  ମଧ୍ୟ ଚାହେଁ। ମୋଦୀ ମନ୍ଦିର ନିର୍ମାଣର ଶୂଭାରମ୍ଭ କରନ୍ତୁ। ଅନସାରୀଙ୍କ ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମୁସଲିମ ସମାଜକୁ ମସଜିଦ ପାଇଁ ଦିଆଯାଇଥିବା ୫ ଏକର ଜମିରେ ଏକ ଡାକ୍ତରଖାନା ଏବଂ ଏକ ବିଦ୍ୟାଳୟ ନିର୍ମାଣ କରାଯାଉ।

ଅଯୋଧ୍ୟାରେ ପହଞ୍ଚିଥିଲେ ଡକ୍ଟର କୃଷ୍ଣ ଗୋପାଳ

ଆରଏସଏସର ସହ ସର କାର୍ଯ୍ୟବାହ ଡକ୍ଟର କୃଷ୍ଣ ଗୋପାଳ ଗୁରୁବାର ରାତିରେ ଅଯୋଧ୍ୟାରେ ପହଞ୍ଚିଥିଲେ। ଶୁକ୍ରବାର ଦିନ ସେ ମନ୍ଦିର ନିର୍ମାଣ ସହ ଜଡିତ ସାଧୁ-ସନ୍ଥ ତଥା ବିଶ୍ବ ହିନ୍ଦୁ ପରିଷଦର ନେତା, ମନ୍ଦିର ଟ୍ରଷ୍ଟର ଅଧିକାରୀଙ୍କୁ ଭେଟିଥିଲେ। କରସେବପୁରମରେ ମନ୍ଦିର ଟ୍ରଷ୍ଟର ସଦସ୍ୟମାନଙ୍କ ସହିତ ବୈଠକରେ ଆଲୋଚନା କରିଥିଲେ। ଶନିବାରର ବୈଠକର କାର୍ଯ୍ୟସୁଚୀ ମଧ୍ୟ ଚୂଡାନ୍ତ ହୋଇଛି। ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ, ମନ୍ଦିର ସୁରକ୍ଷା ପରାମର୍ଶଦାତା ଏବଂ ମନ୍ଦିର ନିର୍ମାଣ ଉପରେ ଟ୍ରଷ୍ଟ ସଦସ୍ୟଙ୍କ ମନ୍ଦିର ନିର୍ମାଣ ଉପରେ ଆଲୋଚନାରେ ଯୋଗଦାନକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି।

ରାମ ମନ୍ଦିର ସହିତ ନିର୍ମାଣ ହେବ ରାଷ୍ଟ୍ର ମନ୍ଦିର : ଚୌପାଲ

ଟ୍ରଷ୍ଟର ବୈଠକରେ ଯୋଗଦେବାକୁ ଆସିଥିବା ସଦସ୍ୟ କାମେଶ୍ୱର ଚୌପାଲ କହିଛନ୍ତି, ଯଦି ପବିତ୍ର ମନ୍ଦିରର ପୂଜା ଏବଂ ମନ୍ଦିର ନିର୍ମାଣ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ ହୁଏ, ତେବେ ତାହା ବହୁତ ଭଲ ହେବ। ଶିଳାପୂଜନ, ସିଂହଦ୍ବାରର ଶିଳାନ୍ୟାସ ସହିତ ଆରମ୍ଭ ହୋଇଛି। ଏବେ ଗର୍ଭଗୃହ ପୂଜା ବାକି ଅଛି । କରୋନାକୁ ଦୃଷ୍ଟିରେ ରଖି ଟ୍ରଷ୍ଟ ଏହାର ଭୁମି ପୂଜନ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛି। ଦେଶ ସମ୍ମୁଖୀନ ହେଉଥିବା ସଙ୍କଟକୁ ପ୍ରଥମେ ମୁକାବିଲା କରିବାକୁ ହେବ। ଚୌପାଲ କହିଛନ୍ତି ଯେ, ମୋଦୀଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ରାମ ମନ୍ଦିର ସହିତ ରାଷ୍ଟ୍ରୀୟ ମଣ୍ଡପ ମଧ୍ୟ ନିର୍ମାଣ ହେବ।

Comments are closed.