ଯବାନମାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ଦୀପାବଳି ଦୁର୍ଗମ ଅଞ୍ଚଳରେ ଯବାନମାନଙ୍କ ସହ ପାଳନ କରିପାରନ୍ତି। ରବିବାର ମୋଦୀ ସୀମାରେ ମୁତୟନଥିବା ଯବାନମାନଙ୍କ ସହ ଦୀପାବଳୀ ପାଳନ କରିବା ନେଇ ସମ୍ଭାବନା ଥିବା ଜଣାପଡିଛି। ଏହାପୂର୍ବରୁ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡରେ ଭାରତ-ଚୀନ ସୀମାରେ ମୁତୟନ ଥିବା ଆଇଟିବିପି ଯବାନମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ସିଆଚିନ୍‍ ରେ ଦୀପାବଳି ପାଳନ କରିଥିଲେ। ୨୦୧୫ ମସିହାରେ ମଧ୍ୟ ମୋଦୀ ଦୀପାବଳି ପଞ୍ଜାବ ସୀମାରେ ପହଞ୍ଚିଥିଲେ ଏବଂ ଯବାନମାନଙ୍କ ସହ ଆଲୋକର ପର୍ବ ପାଳନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ମସିହାରେ ଜମ୍ମୁ-କାଶ୍ମୀରର ଗୁରେଜରେ ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଥିଲେ। ଚଳିତ ବର୍ଷ ମୋଦୀ ମଧ୍ୟ ଦୁର୍ଗମ ଅଞ୍ଚଳ ଯାତ୍ରାକରି ଯବାନ ମାନଙ୍କ ସହ ଦୀପାବଳି ପାଳନ କରିପାରନ୍ତି ବୋଲି ସମ୍ଭାବନା ରହିଛି।ପ୍ରତିବର୍ଷ ମୋଦୀ ଏହି ପବିତ୍ର ପର୍ବ ଅବସରରେ ଘରଠାରୁ ଦୂରରେ ରହିଥିବା ଯବାନମାନଙ୍କ ସହ ଉତ୍ସବ ପାଳନ କରିବା ସହ ସେମାନଙ୍କୁ ମିଠାଖୁଆଇ ଅଭିନନ୍ଦନ ଜଣାଇଥାନ୍ତି।

Comments are closed.