ଆଇଏନ୍‍ଏସ୍‍ ଶିବାଜୀକୁ ରାଷ୍ଟ୍ରପତିଙ୍କ ‘ପ୍ରେସିଡେଣ୍ଟ୍‍ସ କଲର’

ନୂଆଦିଲ୍ଲୀ: ଭାରତୀୟ ନୌବାହିନୀ ଓ ଆଇଏନ୍‍ଏସ୍‍ ଶିବାଜୀର ଦେଶପ୍ରତି ଅବଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ମୁମ୍ବାଇର ଲୋନାବାଲାଠାରେ ଭାରତୀୟ ନୌବାହିନୀର ଆଇ.ଏନ୍‍.ଏସ୍‍ ଶିବାଜୀକୁ ପ୍ରେସିଡେଣ୍ଟ୍‍ସ କଲର ପ୍ରଦାନ କରିବା ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ପ୍ରେସିଡେଣ୍ଟ୍‍ସ କଲର ହେଉଛି ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ସାମରିକ ଶାଖାକୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ।

ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାମରିକ ଅଭିବାଦନ ଦିଆଯାଇଥିଲା ଭାରତୀୟ ନୌବାହିନୀର ୧୩୦ଜଣ ଅଫିସର ଓ ୬୩୦ଜଣ ନାବିକ ଏହି ସାମରିକ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ। ଆଇଏନ୍‍ଏସ୍‍ ଶିବାଜୀ ଦେଶ ପାଇଁ ଏହାର ସେବାର ୭୫ବର୍ଷ ପୂର୍ତ୍ତି ପାଳନ କରୁଛି। ଗତବର୍ଷ ଫେବୃଆରୀ ମାସ ୧୫ ତାରିଖରୁ ପ୍ଲାଟିନମ୍‍ ଜୁବୁଲି ପାଳନ ଆରମ୍ଭ ହୋଇଥିଲା।

Comments are closed.