ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳ

ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କର ଆଜି ସକାଳେ ଦିଲ୍ଲୀର ସେନା ହସ୍ପିଟାଲରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି। ଶ୍ରୀ କୋବିନ୍ଦଙ୍କର ଦ୍ୱିତୀୟ ଆଖିରେ ଏହି ଅସ୍ତ୍ରୋପଚାର କରାଯାଇଛି। ରାଷ୍ଟ୍ରପତି ଭବନରୁ ଜାରି ସୂଚନା ଅନୁଯାୟୀ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ମୁକ୍ତ କରାଯାଇଛି। ତାଙ୍କର ପ୍ରଥମ ଆଖିରେ ଗତ ଅଗଷ୍ଟ ୧୯ରେ ସେନା ହସ୍ପିଟାଲରେ ସଫଳତାର ସହିତ ଅସ୍ତ୍ରୋପଚାର କରାଯାଇଥିଲା।

Comments are closed.