‘ଅମ୍ଫନ’ କ୍ଷୟକ୍ଷତି ସଂପର୍କରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଶୁକ୍ରବାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି, ରିଲିଫ ଓ ସହାୟତା ବିଷୟରେ ଆଲୋଚନା କରିଛନ୍ତି । ଏକ ଟ୍ବିଟ ବାର୍ତ୍ତାରେ ରାଷ୍ଟ୍ରପତି ଲେଖିଛନ୍ତି ‘‘ମୁଁ ଆଜି ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲି ଏବଂ ଘୂର୍ଣ୍ଣିଝଡ ଅମ୍ଫନ ଯୋଗୁ ହୋଇଥିବା କ୍ଷୟକ୍ଷତି ପରିପ୍ରେକ୍ଷୀରେ ଲୋକମାନଙ୍କ ସୁରକ୍ଷା ବିଷୟରେ ମୋର ଚିନ୍ତା ପ୍ରକଟ କଲି ।
ମୁଁ ସେମାନଙ୍କୁ ଆଶ୍ୱାସନା ଦେଲି ଯେ, ଏହି ସଙ୍କଟ କାଳରେ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ଲାଗି ଦେଶ ଏକାଠି ହୋଇଛି । ମୁଁ ପ୍ରାର୍ଥନା କରୁଛି ଓ ମୋର ବିଶ୍ୱାସ ରହିଛି ଯେ, ଏହି ଅଞ୍ଚଳ ବିପତ୍ତିରୁ ଖୁବଶୀଘ୍ର ଦୃଢତାର ସହିତ ମୁକୁଳିବ ।’’

Comments are closed.