ଆଗାମୀ ପିଢି ପାଇଁ ପ୍ରେରଣାର ସ୍ରୋତ ପାଲଟିବ ପାଇକ ବିଦ୍ରୋହ ସ୍ମାରକ; ରାଷ୍ଟ୍ରପତି

ଖୋର୍ଦ୍ଧା: ପାଇକ ସ୍ମାରକୀ ଶିଳାନ୍ୟାସ ଉତ୍ସବରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ ପାଇକ ବିଦ୍ରୋହ ସ୍ମୃତିସ୍ଥଳର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ବରୁଣେଇକୁ ବୀରଭୂମି କହି ନିଜର ଅଭିଭାଷଣ ଆରମ୍ଭ କରିବା ସହିତ ଆଗାମୀ ପିଢି ପାଇଁ ବରୁଣେଇର ଏହି ପାଇକ ବିଦ୍ରୋହ ସ୍ମାରକ ପ୍ରେରଣାର ସ୍ରୋତ ପାଲଟିବ ବୋଲି କହିଥିଲେ। ରାଷ୍ଟ୍ରପତି ଆହୁରି କହିଥିଲେ, ପାଇକମାନେ ସ୍ୱାଭିମାନୀ ଥିଲେ, ଇଂରେଜଙ୍କ ବିରୋଧରେ ଲଢିଥିଲେ। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଲଢେଇ କରିଥିଲେ। ଇଂରେଜମାନେ ଆନ୍ଦୋଳନକୁ ଦମନ କରିଥିଲେ ବି ଏହା ସ୍ମରଣୀୟ। ସ୍ମାରକୀ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଷ୍ଟ୍ରପତି ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିଲେ। ଓଡ଼ିଶାର ଭିତ୍ତିଭୂମି ଉପରେ କେନ୍ଦ୍ର ସରକାରଙ୍କ ନଜର ରହିଛି। ଆଧୁନିକ ଓଡ଼ିଶାର ନିର୍ମାଣରେ ବିଜୁ ବାବୁଙ୍କ ହାତ ଥିଲା।  ପାଇକ ବିଦ୍ରୋହରେ ଓଡ଼ିଶାର ସବୁ ବର୍ଗର ଲୋକେ ସାମିଲ ଥିଲେ। ଏ ମାଟି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲା। ଏହି ସ୍ମାରକୀ ବିଶ୍ୱକୁ ପାଇକ ସଂସ୍କୃତି ସହ ପରିଚିତ କରାଇବ ବୋଲି ସେ ନିଜ ଅଭିଭାଷଣରେ କହିଛନ୍ତି।

Comments are closed.