୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

ନୂଆଦିଲ୍ଲୀ/ଭୁବନେଶ୍ୱର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନଠାରେ ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ତାପରଦିନ ଅର୍ଥାତ୍‍ ୮ତାରିଖ ସକାଳେ ରାଷ୍ଟ୍ରପତି ଖୋର୍ଦ୍ଧାର ବରୁଣେଇଠାରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‍ ଜୁବଲି ସମାରୋହରେ ଯୋଗଦେବେ। ପରେ ସେ ରାଜଭବନରେ ମଧ୍ୟାହ୍ନ ଭୋଜନ କରି ସେହିଦିନ ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଷ୍ଟ୍ରପତି ରାଜଭବନରୁ ଖୋର୍ଦ୍ଧାର ବରୁଣେଇ ଓ ସେଠାରୁ ବାଣୀବିହାରକୁ ସଡ଼କ ପଥରେ ଯାତ୍ରା କରିବାର ଥିବାରୁ ସୁରକ୍ଷା ଦୃଷ୍ଟିରୁ ୫୦ ପ୍ଲାଟୁନ୍‍ ପୁଲିସ୍‍ ମୁତୟନ କରାଯିବାକୁ ସ୍ଥିର ହୋଇଛି।

Comments are closed.