ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ସନ୍ଧ୍ୟା ୭ଟାରୁ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ୭୧ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ରାଷ୍ଟ୍ରକୁ ସମ୍ବୋଧନ କରିବେ । ରାଷ୍ଟ୍ରପତିଙ୍କ ବାର୍ତ୍ତା ଆଜି ସନ୍ଧ୍ୟା ୭ଟାରୁ ଆକାଶବାଣୀର ସମସ୍ତ ଜାତୀୟ ନେଟ୍‍ୱର୍କରେ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ପ୍ରସାରିତ ହେବ । ଏହାପରେ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚ୍ୟାନେଲରେ ଆଞ୍ଚଳିକ ଭାଷାରେ ଏହି ଅଭିଭାଷଣ ପ୍ରସାରିତ ହେବ। ତେବେ ରାତି ୯ଟା ୩୦ ମିନିଟରେ ଆକାଶବାଣୀ ପକ୍ଷରୁ ଏହାର ଆଞ୍ଚଳିକ ନେଟ୍‍ୱର୍କରେ ଏହି ବାର୍ତ୍ତାର ଆଞ୍ଚଳିକ ଭାଷାନ୍ତର ପ୍ରସାରିତ ହେବ ।

Comments
Loading...