ଆର୍ମି ଆଭିଏସନ୍‍ କର୍ପ୍‍ସ୍‍କୁ ପ୍ରେଡିଡେଣ୍ଟସ୍‍ କଲର୍ସ ପ୍ରଦାନ କଲେ ରାଷ୍ଟ୍ରପତି

ନାଶିକ୍‍: ଗୁରୁବାର ନାଶିକ୍‍ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆର୍ମି ଆଭିଏସନ୍‍ କର୍ପ୍‍ସ୍‍କୁ ସମ୍ମାନଜନକ ପ୍ରେଡିଡେଣ୍ଟସ୍‍ କଲର୍ସ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ନାଶିକ୍‍ ରୋଡ୍‍ସ୍ଥିତ କମ୍ବାଟ୍‍ ଆର୍ମି ଆଭିଏସନ୍‍ ଟ୍ରେନିଂ ସ୍କୁଲ୍‍ଠାରେ ଏକ ବିଶାଳ ପ୍ୟାରେଡ୍‍ରେ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଆର୍ମି ଆଭିଏସନ୍‍ କର୍ପ୍‍ସ୍‍କୁ ଦୁଇଟି ମହା ବୀର ଚକ୍ର, ୧୬ଟି ବୀର ଚକ୍ର, ୧୩ଟି ଶୌର୍ଯ୍ୟ ଚକ୍ର, ୧୧୫ଟି ସେନା ପଦକ ଓ ୪୫ଟି Mentions In Despatches ପ୍ରଦାନ କରାଯାଇଛି। ଆର୍ମି ଆଭିଏସନ୍‍ କର୍ପ୍‍ସ୍‍ଦ୍ୱାରା ଦୀର୍ଘ ବର୍ଷ ଧରି ଉଲ୍ଲେଖନୀୟ ସେବାପାଇଁ ଏହାକୁ ପ୍ରେସିଡେଣ୍ଟସ୍‍ କଲର୍ସ ପ୍ରଦାନ କରାଯାଇଛି।

ମିଳିଥିବା ସୂଚନାରେ କୁହାଯାଇଛି, ଆର୍ମି ଆଭିଏସନ୍‍ କର୍ପ୍‍ସ୍ ଏହାର ପରାକାଷ୍ଠାର ପ୍ରଦର୍ଶନ କରିଛି ଓ ତ୍ୱରିତ ଏବଂ ନିଶ୍ଚିତତାର ସହ ଏହାର ନୀତିବାକ୍ୟକୁ ଅକ୍ଷରେ ଅକ୍ଷରେ ପାଳନ କରିଛି। ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚୀନ ଗ୍ଲେସିୟର୍‍ଠାରୁ ଆରମ୍ଭ କରି ଗୁଜୁରାଟର ‘ରାନ୍‍ ଅଫ୍‍ କଚ୍ଛ’ ପର୍ଯ୍ୟନ୍ତ ସବୁସ୍ଥାନରେ ଏହା ନିଜର ପରାକାଷ୍ଠାର ପ୍ରଦର୍ଶନ କରିଆସୁଛି।

Comments are closed.