ବେତନ ଆଇନ୍‍ ୨୦୧୯କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବେତନ ଆଇନ୍‍ ୨୦୧୯କୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ବିଲ୍‍ ପାର୍ଲାମେଣ୍ଟରେ ପାସ୍‍ ହେବା ପରେ ରାଷ୍ଟ୍ରପତିଙ୍କ ସମ୍ମତି ପାଇଁ ପଠାଯାଇଥିଲା। ଏହି ଆଇନ୍‍ ଅନୁସାରେ ସର୍ବନିମ୍ନ ବେତନ ଧାର୍ଯ୍ୟ କରାଯିବ ଓ ସମସ୍ତ କର୍ମଚାରୀମାନଙ୍କୁ ଠିକ୍‍ ସମୟରେ ବେତନ ପ୍ରଦାନ କରାଯିବ।

ରାଷ୍ଟ୍ରପତି ବେଆଇନ୍‍ କାର୍ଯ୍ୟକଳାପ ନିବାରଣ ସଂଶୋଧନ ବିଲ୍‍ ୨୦୧୯କୁ ମଧ୍ୟ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି ବିଲ୍‍ ଅନୁସାରେ କେନ୍ଦ୍ର ସରକାର କୌଣସି ବ୍ୟକ୍ତି ସନ୍ତ୍ରାସବାଦୀ କାର୍ଯ୍ୟରେ ଲିପ୍ତ ହେବା, ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତୁତି କରିବା କିମ୍ବା
ସନ୍ତ୍ରାସବାଦକୁ ପ୍ରୋତ୍ସାହିତ କରିବା ସ୍ଥଳେ ତାଙ୍କୁ ସନ୍ତ୍ରାସବାଦୀ ଘୋଷଣା କରିପାରିବେ। ପୂର୍ବରୁ କେନ୍ଦ୍ର ସରକାର କେବଳ ସଂଗଠନଗୁଡ଼ିକୁ ସନ୍ତ୍ରାସବାଦୀ ଘୋଷଣା କରିପାରୁଥିଲେ କିନ୍ତୁ ବ୍ୟକ୍ତିମାନଙ୍କୁ କରିପାରୁନଥିଲେ। ଏନ୍‍ଆଇଏ ମହାନିର୍ଦ୍ଦେଶକ ତଦନ୍ତ ସମୟରେ ସମ୍ପତ୍ତି ଅଚଳ କିମ୍ବା ଜବତ କରିବାକୁ ଏହି ଆଇନ୍‍ ତାଙ୍କୁ କ୍ଷମତା ପ୍ରଦାନ କରିବ। ଯେଉଁ ମାମଲାଗୁଡ଼ିକର ଏନ୍‍ଆଇଏ ତଦନ୍ତ କରୁଥିବ ସେହି ମାମଲାଗୁଡ଼ିକ ପାଇଁ ସେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ମଧ୍ୟ ଉଚ୍ଛେଦ ଓ  ସଂଶୋଧନ ବିଲ୍‍ ୨୦୧୯କୁ ସମ୍ମତି ପ୍ରଦାନ କରିଛନ୍ତି। ଏହି ବିଲ୍‍ରେ କିଛି ଆଇନ୍‍ର ଉଚ୍ଛେଦ ଓ ସଂଶୋଧନ କରିବାର ବ୍ୟବସ୍ଥା ରହିଛି।

Comments are closed.