ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ ପ୍ରଦାନ କଲେ ରାଷ୍ଟ୍ରପତି

୨୨ ଜଣଙ୍କୁ ଜାତୀୟ ସାହସିକତା ପୁରସ୍କାର, ଓଡିଶାରୁ ୩

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରୀୟ ବାଲ ପୁରସ୍କାର-୨୦୨୦ପ୍ରଦାନ କରିଛନ୍ତି । ବିଭିନ୍ନ କ୍ଷେତ୍ରକୁ ପିଲାମାନଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ବୀକୃତି ପ୍ରଦାନ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯାଏ ।

ନବସୃଜନ, ମେଧାବୀ,ସମାଜସେବା,କଳା,ସଂସ୍କୃତି, କ୍ରୀଡା ଓ ସାହସିକତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ । ସେହିପରି ୨୨ ଜଣ ପିଲାଙ୍କୁ ମଧ୍ୟ ଏହି ଅବସରରେ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ଏଥର ଓଡିଶାର ତିନିଜଣ ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତି । ସେମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୋଳର ଶ୍ରୀମତୀ ବଦ୍ରା। ସାହସିକତା ପୁରସ୍କାରର ଧ୍ରୁବ ସମ୍ମାନ କେନ୍ଦ୍ରାପଡ଼ାର ସାହସୀ ଝିଅ ପୂର୍ଣ୍ଣିମା ଓ ସବିତାଙ୍କୁ ମିଳିଛି । ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇ ନଦୀରେ ବୁଡ଼ି ଯାଉଥିବା ବେଳେ ୧୬ ବର୍ଷୀୟ ପୂର୍ଣ୍ଣିମା ଓ ୧୫ ବର୍ଷୀୟ ସବିତା ନଦୀକୁ ଡେଇଁ ୧୨ ଜଣଙ୍କୁ ଉଦ୍ଧାର କରିଥିଲେ। ନଦୀ ମଧ୍ୟରେ ଥିବା କୁମ୍ଭୀର ଭୟକୁ ଭ୍ରୂକ୍ଷେପ ନକରି ଉଭୟ ବୁଡ଼ି ଯାଉଥିବା ଲୋକଙ୍କ ଜୀବନ ବଞ୍ଚାଇ ଥିଲେ। ସେହିପରି ଟ୍ରେନ ଦୁର୍ଘଟଣାରେ ଆହତ ସାଙ୍ଗକୁ ବଞ୍ଚାଇ ଆଇସିସିଡବ୍ଲ୍ୟୁ ପ୍ରହଲ୍ଲାଦ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଅନୁଗୁଳ ଜିଲା ତାଳଚେର ଅଞ୍ଚଳର ଶ୍ରୀମତୀ ଭଦ୍ରା। ଅଭୂତପୂର୍ବ ସାହସିକତା ପ୍ରଦର୍ଶନ କରି ଟ୍ରେନ ଦୁର୍ଘଟଣାରେ ଡାହାଣ ଗୋଡ଼ କଟିଯାଇଥିବା ସାଙ୍ଗକୁ ଶ୍ରୀମତୀ ବଞ୍ଚାଇ ପାରିଥିଲେ।

Comments are closed.