ରାତି ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ :  ୭୬ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରକୁ ସମ୍ବୋଧନ କରିବେ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ଏହା ଆଜି ରାତି ୭ଟାରେ ପ୍ରସାରିତ ହେବ। ହିନ୍ଦୀ ଭାଷାରେ ଏହାର ପ୍ରସାରଣ ପରେ ପରେ ଇଂରାଜୀ ଭାଷାରେ ଏହା ପ୍ରସାରଣ କରାଯିବ। ପରେ ଆଜି ରାତି ୯ଟା ୩୦ରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଆଞ୍ଚଳିକ ଭାଷାନୁବାଦ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍‍ୱାର୍କରେ ପ୍ରସାରଣ କରାଯିବ ।

Comments are closed.