ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ନେତାଜୀଙ୍କ ସାହସ ଓ ବୀରତ୍ବକୁ ସମ୍ମାନ ଜଣାଇ ପରାକ୍ରମ ଦିବସ ପାଳିବା ଯଥାର୍ଥ। ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ଦେଇଥିଲେ ନେତାଜୀ। ନେତାଜୀଙ୍କ ଦେଶପ୍ରେମ ଓ ତ୍ୟାଗ ଉଦ୍‌ବୁଦ୍ଧ କରୁଥିବ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି।



ନେତାଜୀ ସୁଭାଷ ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନେତାଜୀ ସୁଭାଷ ବୋଷ ଭାରତମାତାର ସୁପୁତ୍ର ଥିଲେ, ଦେଶ ମାତୃକାର ସେବା କରିଥିଲେ। ସ୍ବାଧୀନତା ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକାଶ କରିଛନ୍ତି।

Comments are closed.