ପାଇକମାଳରେ ସ୍କୁଲ ଖୋଲିବା ନେଇ ପ୍ରସ୍ତୁତି ବୈଠକ

ବରଗଡ଼: ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକରେ ସ୍କୁଲ ଖୋଲିବା ନେଇ ଆଜି ପ୍ରସ୍ତୁତି ବୈଠକ ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପାଇକମାଳ ବ୍ଲକ୍ ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲକର ବରିଷ୍ଠ ଅଧିକାରୀମାନେ ଯୋଗଦାନ କରିଥିଲେ। ପାଇକମାଳ ବିଡିଓ ସୁରେନ୍ଦ୍ର କୁମାର ମେହେର, ତହସିଲଦାର ମନୋଜ କୁମାର ମେହେର, ପାଇକମାଳ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ଚାରୁଚରଣ ମହାନ୍ତି, ବୁକୁରାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୌମ୍ୟରଞ୍ଜନ୍ ଦାସ ପ୍ରମୁଖ ଅଧିକାରୀମାନେ ଯୋଗଦେଇ ମାର୍ଗ ଦର୍ଶନ କରିଥିଲେ।

ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବା ନେଇ ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇ ନିୟମକୁ ସମସ୍ତ କର୍ମଚାରୀ ମାନିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୮ତାରିଖରୁ ସ୍କୁଲ ଖୋଲା ଯାଇ୧୦୦ଦିନ ପାଠ ପଢ଼ା ଯିବ। ସ୍କୁଲ ସକାଳ ୯:୩୦ରୁ ଅପରାହ୍ନ ୪:୩୦ ପର୍ଯ୍ୟନ୍ତ ଖୋଲା ରହିବ। ସମସ୍ତ କାର୍ୟ୍ୟକୁ ତଦାରଖ କରିବା ପାଇଁ ଉଚ୍ଚ ପଦସ୍ତ୍ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି। ଏହି ଵୈଠକରେ ଦଶମ ଓ ଦ୍ଵାଦଶ ଶ୍ରେଣୀର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷମାନେ ଯୋଗ ଦେଇଥିବା ଜଣାଯାଇଛି।

Comments are closed.