ପ୍ରତି ଘରେ ଲାଗିବ ପ୍ରି ପେଡ୍ ବିଜୁଳି ମିଟର

ନୂଆଦିଲ୍ଲୀ : ବଜେଟରେ ଭବିଷ୍ୟତର ଯୋଜନା ଉପରେ ଆଲୋଚନା କରି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବିଜୁଳି ମିଟର ବଦଳାଇବା କଥା କହିଛନ୍ତି। ନିର୍ମଳା ସୀତାରମଣ କହିଛନ୍ତି ଯେ, ଆଗାମୀ ସମୟରେ ସମଗ୍ର ଦେଶରେ ପ୍ରି-ପେଡ୍‌ ମିଟର ଲାଗିବ। ଏହା ସ୍ମାର୍ଟମିଟର ହେବ, ଯାହା ସାହାଯ୍ୟରେ ଯୋଗାଣ ଓ ଦର ଚୟନ କରିବାର ବିକଳ୍ପ ରହିବ। ବଜେଟରେ ଅର୍ଥମନ୍ତ୍ରୀ ୨୨ ହଜାର କୋଟି ଟଙ୍କା କେବଳ ଶକ୍ତି କ୍ଷେତ୍ର ପାଇଁ ଆବଣ୍ଟନ କରିଛନ୍ତି। ଏହି ଯୋଜନା ଆଧାରରେ ପୁରୁଣା ମିଟରକୁ ଧିରେ ଧିରେ ହଟାଯିବ। ପ୍ରି ପେଡ଼୍ ମିଟର ଜରିଆରେ ଗ୍ରାହକଙ୍କୁ ବିଜୁଳି କମ୍ପାନୀ ଚୟନ କରିବା ସ୍ବାଧୀନତା ମିଳିବ। ଏହି ଯୋଜନା ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଣା ମିଟର ବଦଳରେ ପ୍ରିପେଡ଼୍ ସ୍ମାର୍ଟ ମିଟର ଆଗାମୀ ୩ ବର୍ଷ ବର୍ଷରେ ଲଗାଯିବ।

Comments are closed.