ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ

ପିପିଲି : ପୁରୀ ଜିଲ୍ଲା ପିପିଲି ବ୍ଲକ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ଜଣେ ୨୯ ବର୍ଷ ବୟସ୍କା  ଗର୍ଭବତୀ ମହିଳା କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି। ମହିଳା ଜଣକ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍‍ପିଟାଲ୍‍ରେ ନିଜର କୋଭିଡ୍‍-୧୯ ପରୀକ୍ଷା କରାଇଥିଲେ। ତାଙ୍କର କରୋନା ପଜେଟିଭ୍‍ ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ୍‍ ହସ୍‍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତ ମହିଳାଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ୍‍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

Comments are closed.