ଜେଡିୟୁ ଛାଡ଼ିପାରନ୍ତି ପ୍ରଶାନ୍ତ କିଶୋର, ଦିଲ୍ଲୀରେ କେଜ୍ରିୱାଲଙ୍କ ସହ ମିଶି ଆପ୍‌ ପାଇଁ କାମ କରିବେ

ପାଟନା: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଜେଡିୟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଦଳ ଛାଡ଼ିପାରନ୍ତି। ଦଳ ଛାଡ଼ିବା ପରେ ସେ ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି(ଆପ) ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମିଶି କାମ କରିବେ ବୋଲି ସୂଚନା ମିଳିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଟ୍ବିଟ୍‌ରୁ ଏହା ସ୍ପଷ୍ଟ ହୋଇଛି। ପ୍ରଶାନ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ ପାଇଁ କାମ କରିବେ ବୋଲି କେଜ୍ରିୱାଲ ଟ୍ବିଟ୍‌ କରି ଲେଖିଛନ୍ତି। ତେଣୁ ପ୍ରଶାନ୍ତ ଶନିବାର ଦଳ ଛାଡ଼ିବା ନେଇ ଘୋଷଣା କରିପାରନ୍ତି। ଏଥିପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପଟେ ପ୍ରଶାନ୍ତ କିଶୋରଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛନ୍ତି ରାଜ୍ୟସଭା ସଦସ୍ୟ ଆରସିପି ସିଂହ। ସେ କହିଛନ୍ତି ଯେ, ପ୍ରଶାନ୍ତଙ୍କର ନିଜର କୌଣସି ସ୍ଥିତି ନାହିଁ। ସେ ଦଳ ପାଇଁ ଆଜି ପର୍ଯ୍ୟନ୍ତ କ’ଣ କରିଛନ୍ତି ବୋଲି ସିଂହ ପ୍ରଶ୍ନ କରିଛନ୍ତି। ପ୍ରଶାନ୍ତ ଆଜି ପର୍ଯ୍ୟନ୍ତ ବି ଗୋଟିଏ ସଦସ୍ୟ ସୃଷ୍ଟି କରିନାହାନ୍ତି। ଯାହାକୁ ଦଳରୁ ଯିବାର ଅଛି ଚାଲିଯାଉ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ନାଗରିକତା ଆଇନକୁ ନେଇ ଜେଡିୟୁ ଭିତରେ ବିଦ୍ରୋହ ଆରମ୍ଭ ହୋଇଥିଲା। ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ଆଇନକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହା ପରେ ପବନ ବର୍ମା ବି ଆଇନକୁ ନେଇ ଦଳ ଭିତରେ ବିରୋଧର ସ୍ବର ଉଠାଇଥିଲେ। ସେମାନଙ୍କୁ ଦଳ ପକ୍ଷରୁ କଡ଼ା ଚେତାବନୀ ଦିଆଯିବା ସହିତ ଯେଉଁ ନେତା ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି ସେଥିପାଇଁ ଦଳର କୌଣସି ନେଣଦେଣ ନାହିଁ ବୋଲି କୁହାଯାଇଥିଲା।

Comments are closed.