ପ୍ରଶାନ୍ତ ଭୂଷଣଙ୍କ ସମେତ ୮ ବିରୋଧୀ ଦଳ ନେତାଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ : ଇଭିଏମକୁ ନେଇ ବିରୋଧୀ ଦଳ ମିଥ୍ୟା ଖବର ପ୍ରଚାର କରାଯାଉଥିବା ଅଭିଯୋଗ କରାଯାଇଛି। ଏ ନେଇ ଦିଲ୍ଲୀ ପୁଲିସର ସାଇବର ସେଲ ନିକଟରେ ସୁପ୍ରିମକୋର୍ଟ ବିଚାରପତି ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣ ସମେତ ୮ଜଣଙ୍କ ନାମରେ ଅଭିଯୋଗ କରାଯାଇଛି। ଅନୁରାଗ ସିଂହ୍ନା ଓ ପ୍ରତିକ ଅରୋରା ନାମକ ଦୁଇ ବ୍ୟକ୍ତି ଏହି ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ପ୍ରଶାନ୍ତ ଭୂଷଣ, ସବିତା ଆନନ୍ଦ, ସଞ୍ଜୟ ସିଂହ, ସ୍ୱାତୀ ଚର୍ତୁବେଦୀ, ସମା ମୋହମ୍ମଦ, ସୁହେବ ଅକରମ ଓ ଇରେନା ଅକବରଙ୍କ ଉପରେ ଅଭିଯୋଗ ଲଗାଯାଇଛି। ଏହି ସମସ୍ତ ନେତା ନିଜର ଟୁଇଟର ଆକାଉଣ୍ଟ ଦ୍ୱାରା ଇଭିଏମ ହାକିଂ ହୋଇଥିବା ପୋଷ୍ଟ କରୁଛନ୍ତି। ସମାଜର ଏକ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ଏଭଳି ମିଥ୍ୟା ପ୍ରଚାର କରିବା ଭାରତର ନିର୍ବାଚନର ସ୍ୱଚ୍ଛତା ନଷ୍ଟ ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଅଭିଯୋଗକାରୀଙ୍କ କହିବା ଅନୁସାରେ ସବିତା ଆନନ୍ଦ ଟୁଇଟରରେ ଏକ ବିଦେଶ ଖବର ସଂସ୍ଥାର ଏକ ଭିଡିଓକୁ ସେୟାର କରିଛନ୍ତି। ଏହି ଭିଡିଓରେ ଇଭିଏମ ହ୍ୟାକିଂ କରାଯାଇଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ପୁଣି ଥରେ ସରକାର ଗଢିବା ପାଇଁ ୨୦୦ ଇଭିଏମ ବଦଳାଇଥିବା ଜଣାପଡିଛି। ପରେ ଏହି ଭିଡିଓ ମିଥ୍ୟାଥିବା ଜଣାପଡିଛି। ଏହାକୁ ବର୍ତ୍ତମାନ ପୁଲିସ ଏତଲା ଗ୍ରହଣ କରିନାହିଁ।

Comments are closed.