ଉଗାଣ୍ଡା ପାରା ବ୍ୟାଡମିଣ୍ଟନ : ସେମିରେ ପ୍ରମୋଦ

କଟକ  : ଉଗାଣ୍ଡାର କାମ୍ପାଲାରେ ଚାଲିଥିବା ଉଗାଣ୍ଡା ପାରା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ବିଭାଗର ସେମିଫାଇନାଲରେ ପ୍ରମୋଦ ଭଗତ ପ୍ରବେଶ କରିଛନ୍ତି। ଟୋକିଓ ପାରାଲିମ୍ପିକ୍‌ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଶୁକ୍ରବାର ଖେଳାଯାଇଥିବା ଏସ୍‌ଏଲ-୩ ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲରେ ନିଜ ଦେଶର ଶରତ ଚନ୍ଦ୍ର ଯୋଶୀଙ୍କୁ ୨୧-୧୬ ଓ ୨୧-୧୮ରେ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ଏଥିସହିତ ପ୍ରମୋଦ ଭାରତ ପାଇଁ ଏକ ପଦକ ନିଶ୍ଚିତ କରିଛନ୍ତି। ସେମିଫାଇନାଲ​‌େ​‌ର ପ୍ରମୋଦ ନିଜ ଦେଶର ବିକ୍ରମ କୁମାରଙ୍କୁ ଭେଟିବେ। ସେହିପରି ଏସ୍ଏଲ-୩ ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲରେ ଦୀପ୍‌ ରଞ୍ଜନ ବିଶୋୟୀ ଓ ଏସ୍ଏଲ-୪ ପୁରୁଷ ଏକକ ବର୍ଗ କ୍ବାର୍ଟର ଫାଇନାଲରେ ଦିଲେଶ୍ବର ରାଓ ପରାସ୍ତ ହୋଇଛନ୍ତି।

Comments are closed.