ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭ରେ ବିଶାଳ ଆଧ୍ୟାମିିକ ସମାବେଶ

ଆର୍ଶୀବଚନ ପ୍ରଦାନ କରିବେ ବ୍ରହ୍ମାକୁମାରୀ ସଂଗଠନର ମୁଖ୍ୟ ଶତାୟୁ ଦାଦୀ ଜାନକୀ

ଫୁଲନଖରା : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆସନ୍ତା ୭ ତାରିଖରେ ଫୁଲନଖରା, ଜଗନ୍ନାଥପୁର ସ୍ଥିତ ଓମଫେଡ୍‍ କଲ୍ୟାଣୀ ଗାଦି ପଡିଆରେ ବିଶାଳ ଆଧ୍ୟାମିିକ ସମାବେଶ ଅନୁଷ୍ଠିତ ହେବ। ଏଥିରେ ବ୍ରହ୍ମାକୁମାରୀ ସଂଗଠନର ମୁଖ୍ୟ ଶତାୟୁ ଦାଦୀ ଜାନକୀ ଆର୍ଶୀବଚନ ପ୍ରଦାନ କରିବେ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ମୁଖ୍ୟ ପ୍ରଶାସିକା ଶତାୟୁ ରାଜଯୋଗିନୀ ଦାଦୀ ଜାନକୀ ଡିସେମ୍ବର ୬ ତାରିଖ ଅପରାହ୍ନରେ  ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିବେ। ଅପରାହ୍ନ ୬ ଘଟିକାରେ ଫୁଲନଖରା ଛକରେ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଫୁଲନଖରା ଛକଠାରୁ ଶତାଧିକ ବାଳ ବ୍ରହ୍ମଚାରୀ କୁମାରଙ୍କ ଦ୍ୱାରା ମଟର ସାଇକେଲ୍‍ ଶୋଭାଯାତ୍ରାରେ ସଂସ୍ଥାର ଅନନ୍ତପୁର ସ୍ଥିତ ବିଶ୍ୱ ଶାନ୍ତି ସରୋବରକୁ ଦାଦୀଜୀଙ୍କୁ ପାଛୋଟି ନିଆଯିବ। ସନ୍ଧ୍ୟାରେ ଓଡିଶା ଏବଂ ଓଡିଶା ବାହାରୁ ଆସିଥିବା ଆମନ୍ତ୍ରିତ ଅତିଥି ତଥା ୩୧ ଜଣ ବ୍ରହ୍ମାକୁମାରୀଙ୍କର ମାତା ପିତା, ବନ୍ଧୁ ପରିଜନଙ୍କ ଉଦ୍ଦେଶ୍ୟରେ ଆର୍ଶୀବଚନ ପ୍ରଦାନ କରିବେ। ୭ ତାରିଖ ଶନିବାର ଦିନ ଫୁଲନଖରା, ଜଗନ୍ନାଥପୁର ସ୍ଥିତ ଓମ୍‍ଫେଡ୍‍ କଲ୍ୟାଣୀ ଗାଦି ପଡିଆରେ ଅପରାହ୍ନ ୩.୩୦ରୁ ୫ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ, ୫ଟାରୁ ୬ଟା ସମର୍ପଣ ସମାରୋହ ଏବଂ ୬ଟାରୁ ୭.୩୦ ପର୍ଯ୍ୟନ୍ତ ଏକ ବିଶାଳ ଆଧ୍ୟାମିିକ ସମାବେଶରେ ଦାଦୀଜୀ ଆଶୀର୍ବଚନ ପ୍ରଦାନ କରିବେ।

ଏହି ବିଶାଳ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିବେ ଆନ୍ଧ୍ର ପ୍ରଦେଶର ମାନ୍ୟବର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଏବଂ ମୁଖ୍ୟ ଅତିଥି ରୂପେ ଯୋଗ ଦେବେ ଓଡିଶାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ। ଏଥିରେ ସମ୍ମାନୀୟ ଅତିଥି ରୂପେ ବିଧାୟକ ଡଃ ଅରବିନ୍ଦ ଢାଲି, ଓଡିଶା ଲୋକାୟୁକ୍ତର ମାନ୍ୟବର ସଦସ୍ୟ ଡଃ ଦେବବ୍ରତ ସ୍ୱାଇଁ, ମାଉଣ୍ଟଆବୁର ପ୍ରଖ୍ୟାତ ବାଗ୍‍ମୀ ବ୍ରହ୍ମାକୁମାରୀ ଉଷା, ବ୍ର.କୁ ହଂସା, ପ୍ରୟାଗରାଜର ବ୍ର.କୁ. ମନୋରମା, ଲଣ୍ଡନର ବ୍ର.କୁ. ଜେମିନି ପ୍ରମୁଖ ବରିଷ୍ଠ ରାଜଯୋଗିନୀ ମଞ୍ଜ ଉପରେ ଉପସ୍ଥିତ ରହିବେ। ଏହି ସଭାରେ କଟକ ସବଜୋନ୍‍ର ମୁଖ୍ୟ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ର.କୁ. କମଲେଶ ଅଧ୍ୟକ୍ଷତା କରିବେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଭାଗ ନେବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ୮ ତାରିଖ ପ୍ରାତଃ ୧୦.୩୦ ଘଟିକାରେ ଦାଦୀଜୀଙ୍କ କର କମଳରେ ଝାଞ୍ଜିରୀମଙ୍ଗଳା ସ୍ଥିତ “ପ୍ରଭୁ ସମର୍ପଣ ଭବନ” ଉଦ୍‍ଘାଟନ ହେବ।

ଦାଦୀଜୀଙ୍କ ଓଡିଶା ଆଗମନ ପାଇଁ ରବିବାର ଆୟାଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତୁତି କମିଟିର ଉପଦେଷ୍ଟା ବିଧାୟକ ଡଃ ଅରବିନ୍ଦ ଢାଲି,  ବିଶିଷ୍ଟ ସାମ୍ବାଦିକ ଓ ସମ୍ଭକାର ଅରୁଣା କୁମାର ପଣ୍ଡା, ବ୍ରହ୍ମାକୁମାରୀ ସୁଲୋଚନା,ବ୍ର.କୁ. ଅମୂଲ୍ୟ ଭାଇ ଓ ମୋହନ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।

ଦାଦୀଜୀଙ୍କ ସଂକ୍ଷିପ୍ତ ପରିଚୟ:-

Pic. Courtesy : facebook

ଦାଦୀ ଜାନକୀ ୧୯୧୬ ମସିହାରେ ଅବିଭକ୍ତ ଭାରତର ସିନ୍ଧ୍‍ ପ୍ରଦେଶରେ ଜନ୍ମ ଗ୍ରହଣ କରିଥିଲେ। ୧୯୩୭ ମସିହାରେ ୨୧ ବର୍ଷ ବୟସରେ ସେ ସଂସ୍ଥାର ସଂସ୍ଥାପକ ପ୍ରଜାପିତା ବ୍ରହ୍ମାଙ୍କର ସାନ୍ନିଧ୍ୟରେ ନିଜକୁ ସମର୍ପିତ କରିଥିଲେ। ୧୯୭୪ ମସିହାରେ ସେ ବିଦେଶ ସେବାରେ ପ୍ରଥମେ ଲଣ୍ଡନ ଯାଇ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପ୍ରଦର୍ଶୀତ ରାଜଯୋଗର ପ୍ରଚାର ପ୍ରସାର ଆରମ୍ଭ କରିଥିଲେ। ତାଙ୍କ ତତ୍ତ୍ୱ୍ୱାବଧାନରେ ପ୍ରାୟ ୧୪୦ରୁ ଅଧିକ ଦେଶରେ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ସ୍ଥାପନା ହୋଇପାରିଛି। ୨୦୦୭ ମସିହାରୁ ଦାଦୀ ପ୍ରକାଶମଣିଙ୍କ ଦେହାନ୍ତ ପରେ ଦାଦୀ ଜାନକୀ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଭାବେ ଦାୟିତ୍ୱ ନିର୍ବାହ କରି ଆସୁଛନ୍ତି। ଭାରତ ସରକାରଙ୍କ ତରଫରୁ “ସ୍ୱଚ୍ଛ ଭାରତ” କାର୍ଯ୍ୟକ୍ରମର ବ୍ରାଣ୍ଡ୍‍ ଆମ୍ବାସାଡାର୍‍ ରୂପେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ଦାଦୀଜୀଙ୍କୁ ବିଶ୍ୱର ସବୁଠୁ ସ୍ଥିର ମନର (Most Stable Mind) ମହିଳା ଉପାଧି ମଧ୍ୟ ପ୍ରଦାନ କରାଯାଇଛି।

Comments
Loading...