୨ୟ ଦିନରେ ବିଧାୟକ ପ୍ରଦୀପଙ୍କ ଘରେ ଦୁର୍ନୀତି ନିବାରଣର ଚଢ଼ଉ : ୧.୪୪ କିେଲା ସୁନା ଜବତ

ବାଜ୍ୟାପ୍ତି ହେବ ସମ୍ପତ୍ତି, ଅଚଳ କରାଯିବ ବ୍ୟାଙ୍କ ଖାତା

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଗୋପାଳପୁର ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ସମେତ ୧୫ଟି ସ୍ଥାନରେ ଏକକାଳୀନ ରବିବାର ସକାଳୁ ଚଢଉ କରାଯାଇଥିଲା। ପ୍ରାୟ ୨୩ଘଣ୍ଟାର ମାରାଥନ ପରେ ସୋମବାର ସକାଳ ୬ଟାରେ ଚଢଉ ଶେଷ ହୋଇଛି। ଦୁର୍ନୀତି ନିବାରଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶ୍ରୀ ପାଣିଗ୍ରାହୀଙ୍କ ଘରୁ ୧୪୪୦ ଗ୍ରାମ (୧.୪୪ କେଜି) ସୁନା ଜବତ କରାଯାଇଥିଲା ବେଳେ ଏହା ମଧ୍ୟରେ ୨୪ଲକ୍ଷ ୨୫ ହଜାର ଟଙ୍କା ମୂଲ୍ୟର ଏକ ହାର ରହିଛି । ଚଢ଼ଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ସହ ବ୍ୟାଙ୍କ ଖାତା ମଧ୍ୟ ଜବତ ହୋଇଛି। ଜବତ ନଥିପତ୍ରକୁ ଦୁର୍ନୀତି ନିବାରଣ ଅର୍ଥନୈତିକ ବିଭାଗ, ଚାର୍ଟର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ପରାମର୍ଶଦାତା ଯାଞ୍ଚ କରୁଛନ୍ତି। ସେହିପରି ବିଧାୟକଙ୍କ ଘରୁ ମିଳିଥିବା ବୈଦ୍ୟୁତିକ ପ୍ରମାଣପତ୍ର ଯାଞ୍ଚ ବିଭାଗୀୟ ସାଇବର ସେଲ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ବିଧାୟକ ଓ ତାଙ୍କ ପରିବାରର ସଦସ୍ୟଙ୍କ ନାମରେ ବ୍ୟାଙ୍କ ଖାତାଗୁଡ଼ିକୁ ଅଚଳ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି ଦୁର୍ନୀତି ନିବାରଣ ବିଭାଗ ସୂତ୍ରରୁ ପ୍ରକାଶ।
ସୂଚନାେଯାଗ୍ୟ ଯେ, ୫େକାଟି ୫ଲକ୍ଷ ୪ ହଜାର ୬୫୬ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିେଯାଗରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ସରକାରୀ ବାସଭବନ ସମେତ ୧୫ଟି ସ୍ଥାନରେ ରବିବାର ଚଢଉ ଆରମ୍ଭ ହୋଇଥିଲା। ଏମାନଙ୍କ ମଧ୍ୟରେ ପ୍ରଦୀପଙ୍କ ଘନିଷ୍ଠ ସହଯୋଗୀ ସର୍ବେଶ୍ୱର ରାଓ, କାର ଚାଳକ ଭାବେ କାମ କରୁଥିବା ପ୍ରଶାନ୍ତ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ସିଟି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ କମ୍ଭୁପାଣି ସାହୁଙ୍କ ଘରେ ଚଢଉ କରାଯିବା ସହ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଏଥିସହ କମ୍ଭୁପାଣିଙ୍କ ସମ୍ପର୍କୀୟ ତଥା ନରେନ୍ଦ୍ରପୁରରେ ରହୁଥିବା ହରେକୃଷ୍ଣ ସାହୁ ଓ ମଦନ ପାଣିଗ୍ରାହୀ ଏବଂ ମଦ ବ୍ୟବସାୟୀ ସୂର୍ଯ୍ୟ ସାହୁଙ୍କ ଗୋବିନ୍ଦପୁର ଫାର୍ମ ହାଉସ ସମେତ ରଘୁନାଥପୁର ଠାରେ ଥିବା ବାସଭବନରେ ଚଢ଼ଉ କରାଯାଇଥିଲା।

Comments are closed.