୨୦ ବର୍ଷରେ ମୋଦୀଙ୍କ ‘୨୦ ଯୋଜନା’: ବିଜେପି ପ୍ରକାଶ କଲା ’ହର ସାଲ୍ ଖାସ’ ଶୃଙ୍ଖଳା

ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ଦୁଇ ଦଶନ୍ଧିର କ୍ଷମତା ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ୨୦୦୧  ଅକ୍ଟୋବର  ୭ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କର ୨୦ ବର୍ଷର ରାଜନୈତିକ ଯାତ୍ରାକୁ ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ‘ହରସାଲ ଖାସ୍’ ଶୀର୍ଷକ ଏକ ଶୃଙ୍ଖଳାରେ ପ୍ରକାଶ କରିଛି । ଗୁଜରାଟର  ଚାରିଥର ମୁଖ୍ୟମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ୨୦୧୩ ରେ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରୂପେ ଘୋଷଣା କରିଥିଲା ଏବଂ ତାଙ୍କ ନେତୃତ୍ୱରେ ମେ୨୦୧୪ ରେ ବିଜେପି ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା।

ତିନି ଦଶନ୍ଧି ପରେ ପ୍ରଥମ ଥର କୌଣସି ରାଜନୈତିକ ଦଳ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିିଥିଲା ଏହାପରେ ପୁଣି ୨୦୧୯ରେ ଦଳ ପୂର୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲା  । ପ୍ରଧାନମନ୍ତ୍ରୀ ଯେବେଠାରୁ ମୁଖ୍ୟମନ୍ତ୍ରୀ ହେଲେ ଓ ପରେ ପ୍ରଧାନମନ୍ତ୍ରୀ ହେଲେ ସେହି ସମୟରେ ପ୍ରତିବର୍ଷ କିଛିନା କିଛି ବଡ଼ ଯୋଜନା କରିଛନ୍ତି । ଏହି ୨୦ ବର୍ଷରେ ୨୦ଟି ପ୍ରମୁକ କାର୍ଯ୍ୟକୁ ବିଜେପି ‘ହର ସାଲ୍ ଖାସ’ ଭାବରେ ସ୍ଥାନୀତ କରିଛି ।

୨୦୦୧ ଅକ୍ଟୋବର ୭ ତାରିଖରେ ଶ୍ରୀ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୦୨ ମସିହାରେ ଶ୍ରୀ ମୋଦୀ ଗୁଜୁରାଟ ବିଧାନସଭା ନିର୍ବାଚନର ନେତୃତ୍ୱ ନେଇଥିଲେ ଏବଂ ତାଙ୍କ ନେତୃତ୍ୱରେ ଗୁଜରାଟ ବିଜେପି ଇତିହାସରେ ନିର୍ବାଚନରେ ​​ରେକର୍ଡ ଭାଙ୍ଗିଥିବା ଆସନ ରହିଥିଲା।
୨୦୦୩ ମସିହାରେ ପ୍ରଥମ ’ ଭାଇବ୍ରେଣ୍ଟ ଗୁଜୁରାଟ’ ଗ୍ଲୋବାଲ୍ ଇନଭେଷ୍ଟର୍ସ ସମ୍ମିଳନୀ ଆୟୋଜିତ ହୋଇଥିଲା | ଏହି ସମ୍ମିଳନୀରେ ୧୪ ବିଲିୟନ ଡଲାରର ୭୬ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା । ୨୦୦୪  ମସିହାରେ କନ୍ୟା କେଲାଭାନି ଯୋଜନା ଏବଂ ଶାଳା ପ୍ରଭୋତ୍ସଭ କାର୍ଯ୍ୟକ୍ରମ ଝିଅମାନଙ୍କର ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଥିଲା | ୨୦୦୫ ମସିହାରେ ରାଜ୍ୟରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସକୁ ରୋକିବା ପାଇଁ ବେଟି ବଚାଓ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ପରେ ରାଜ୍ୟରେ ଝିଅମାନଙ୍କ ଜନ୍ମ ହାର ବୃଦ୍ଧି ପାଇଥିବାର ଦେଖାଯାଇଛି । ୨୦୦୬ ମସିହାରେ ଗୁଜୁରାଟୀମାନଙ୍କୁ ଦିଆଯାଇଥିଲା ଜ୍ୟୋତିଗ୍ରାମ ସ୍କିମ୍ ଉପହାର | ୨୦୦୭ରେ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ଦଳ ତୃତୀୟ ବିଧାନସଭା ନିର୍ବାଚନରେ ​​ଜିତିଥିଲା ​​। ୨୦୦୮ ଟାଟା ନାନୋକୁ ଗୁଜୁରାଟ ଜମି ଦିଆଯାଇଥିଲା,  ଯାହା କାର ଉତ୍ପାଦନର ଗୁଜୁରାଟ ହବରେ ପରିଣତ ହୋଇଥିଲା | ୨୦୦୯ ମସିହାରେ, ରାଜ୍ୟର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ଇ-ଗ୍ରାମ, ବିଶ୍ୱ-ଗ୍ରାମ ଯୋଜନା ଉଦ୍ଘାଟନ କରିଥିଲେ।

୨୦୧୦ ମସିହାରେ, ଗୁଜୁରାଟର ୫୦ ବର୍ଷର ଇତିହାସକୁ ୯୦ କିଲୋଗ୍ରାମ ଟାଇମ କ୍ୟାପସୁଲରେ ସିଲ୍ କରାଯାଇଥିଲା ଯାହାକି ପରବର୍ତ୍ତୀ ୧୦୦୦ ବର୍ଷ ପାଇଁ ସଂରକ୍ଷିତ ରହିବ।  ୨୦୧୧ ମସିହା ସେପ୍ଟେମ୍ବର ୧୭ ରେ ସଦ୍ଭାବନା ମିଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଅଂଶଗ୍ରହଣ କରିଥିଲେ |  ୨୦୧୨ ଡ଼ିସେମ୍ବର ୨୬ରେ  ଶ୍ରୀ ମୋଦୀ ଚତୁର୍ଥ ଥର ପାଇଁ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ  ବିଜେପିର ସଂସଦୀୟ ବୋର୍ଡ ବୈଠକରେ ଶ୍ରୀ ମୋଦୀଙ୍କୁ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

୨୦୧୪ ମେ ୨୬ ତାରିଖରେ ମୋଦୀ ଦେଶର ୧୫ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିଲେ । ୨୦୧୫ ଜୁନ ୨୧ ତାରିଖରେ ସାରା ପୃଥିବୀରେ ପ୍ରଥମଥର ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ୨୦୧୬ରେ ଦୁର୍ନୀତି, କଳା ଟଙ୍କା ଏବଂ ନକଲି ମୁଦ୍ରା ବିରୋଧରେ ବିମୁଦ୍ରୀକରଣ କରାଯାଇଥିଲା ଏବଂ ଡିଜିଟାଲ କାରବାର ପାଇଁ ଭୀମ-ୟୁପିଆଇ ଆରମ୍ଭ କରାଯାଇଥିଲା। ୨୦୧୭ରେ ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଲାଗୁ କରାଯାଇଥିଲା | ୨୦୧୮ ମସିହାରେ, ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ ଅଫ୍ ୟୁନିଟି ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା | ୨୦୧୯ ରେ ଶ୍ରୀ ମୋଦୀ ଦ୍ୱିତୀୟ ଥର ପାଇଁ ଜବରଦସ୍ତ ବିଜୟ ସହ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୨୦ରେ ସଠିକ୍ ସମୟରେ ଏକ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରି  କରୋନା ମହାମାରୀକୁ ରୋକିବାରେ ସମର୍ଥ ହେଲେ ବୋଲି ଦଳ ପକ୍ଷରୁ ପ୍ରଚାରିତ ‘ହର ସାଲ୍ ଖାସ’ରେ ଉଲ୍ଲେଖ କରାଯାଇଛି ।

Comments are closed.