ମୋଟୁ ଥାନା ଅଧିକାରୀ ଭିଜିଲାନ୍ସ ଜାଲରେ ଫସିବା ପରେ ମୁହଁ ଖୋଲିଲେ ପ୍ରଦୀପ ମାଝୀ

ଖଣିଖାଦାନକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ

ମାଲକାନଗିରି : ମାଲାକନଗିରି ଜିଲ୍ଲା ମୋଟୁ ଥାନା ଭାରପ୍ରାପ୍ତ ପୁଲିସ ନୀରିକ୍ଷକ ସୁଶାନ୍ତ କୁମାର ସାହୁ ଗତକାଲି ଖୋର୍ଦ୍ଧା ଜିଲ୍ଲା ଭିଜିଲାନ୍ସ ଜାଲରେ ଫସିବା ପରେ ଏ ନେଇ ପୂୂର୍ବତନ ସାଂସଦ ତଥା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏକ ପ୍ରେସ୍‍ ବିଜ୍ଞପ୍ତି ଜାରି କରିଛନ୍ତି। ମାଲକାନଗିରି ଜିଲ୍ଲାରେ ଖଣିଜ ସମ୍ପଦ ଖଣି ମାଫିଆ ଲୁଟ୍‍ କରୁଥିବା ବହୁବାର ଅଭିଯୋଗ ଏବଂ ଆନ୍ଦୋଳନ କରିବା ସହ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନବାଚୀ କରି ଆସୁଥିଲେ। ଗତକାଲି ମୋଟୁ ଥାନା ଆଇଆଇସି ଭିଜିଲାନ୍ସ ଜାଲରେ ଫସିବା ପରେ ଏହା ସ୍ପଷ୍ଟ ପ୍ରମାଣିତ ହୋଇଯାଇଛି ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତିା

ଗତକାଲି ରାତିରେ ଖୋର୍ଦ୍ଧାଠାରେ ମୋଟୁ ଆଇଆଇସିଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହେବା ଏବଂ ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପ୍ରମାଣିତ କରୁଛି, ମାଲକାନଗିରି ଖଣିଜ ସମ୍ପଦ ଲୁଟ୍‍ ହେବାକୁ ନେଇ ପୁଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଏହାକୁ ସାହାଯ୍ୟ ଓ ସହଯୋଗ କରୁଥିବା ଏହାଦ୍ୱାରା ପ୍ରମାଣିତ ହେଉଛି ବୋଲି ପ୍ରକାଶ କରିଛନ୍ତିା ସେହିପରି କୁନାନପାଲ୍ଲୀ କ୍ୱାଡଜ୍‍ ଖଣି ଖାଦାନ ଗତ ଦୁଇବର୍ଷ ହେଲା ଖଣି ଦିବାଲୋକରେ ଚୋରି ହେଉଥିବା ଏବଂ ଜିଲ୍ଲା ପ୍ରଶାସନ କିଛି ଜାଣି ନଥିବା ସଫେଇ ଦେବା ଉକ୍ତ ବିଭାଗର ସ୍ୱଚ୍ଛତା ଉପରେ ଶ୍ରୀ ମାଝୀ ପ୍ରଶ୍ନବାଚୀ କରିଛନ୍ତିା ଏହାକୁ ଜିଲ୍ଲା କଂଗ୍ରେସ କମିଟି ସମର୍ଥନ କରିବା ସହ ଆଗାମୀ ଦିନରେ ଖଣିଜ ସମ୍ପଦର ଅବାଧ ଚୋରିକୁ ରୋକା ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଜିଲ୍ଲା କଂଗ୍ରେସ କମିଟି ତରଫରୁ ସୂଚନା ଦିଆଯାଇଛିା

 

Comments are closed.