ଅଭିନେତା ପ୍ରାଚୀନ ଚୌହାନ ଗିରଫ

ମୁମ୍ବଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘କସୌଟି ଜିଦଗୀ କି’ର ଅଭିନେତା ପ୍ରାଚୀନ ଚୌହାନ ଶନିବାର ଗିରଫ ହୋଇଛନ୍ତି। ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ କୁରାର ପୁଲିସ ତାଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ମହିଳାଜଣକ କୁରାର ପୁଲିସ ନିକଟରେ ପ୍ରାଚୀନ ଚୌହାନଙ୍କ ବିରୋଦ୍ଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଅଭିଯୋକୁ ଭିତ୍ତି କରି ପୁଲିସ ଧାରା ୩୫୪ ଆଧାରରେ ମାମଲା ରୁଜୁ କରି ଅଭିନେତାଙ୍କୁ ତାଙ୍କ ଘରୁ ଗିରଫ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରାଚୀନ ‘କସୌଟି ଜିନ୍ଦଗୀ କି’ ବ୍ୟତୀତ ‘କୁଛ ଝୁକି ପଲକେଁ’, ‘ସିନ୍ଦୁର ତେରେ ନାମ କା’, ‘ସାତ ଫେରେ’ ଓ ‘ମାତା ପିତା କେ ଚରଣୋଁ ମେ’ ଆଦି ଧାରାବାହିକରେ ଅଭିନୟ କରିଛନ୍ତି।

Comments are closed.